Uncategorized

୪୫ ଡିଗ୍ରୀ ତାପମାତ୍ରାରେ ସିଜୁଛି ରାଉରକେଲା ସହର

ରାଉରକେଲା ୧୯/୪,(ଉତ୍କଳ ସମାଚାର): ଦିନ ୩ଟା ସୁଦ୍ଧା ସହରର ତାପମାତ୍ରା ବୃଦ୍ଧି ପାଇ ୪୫ ଡିଗ୍ରୀରେ ପହଞ୍ଚିବା ପରେ ସାଧାରଣ ଯାତାୟତ ବାଧାପ୍ରାପ୍ତ ହୋଇଛି। ସହରର ରାସ୍ତାଗୁଡ଼ିକ ଜନଶୂନ୍ଯ ହୋଇପଡିଥିଲା। ସାଇକେଲ ଓ ମୋଟରସାକେଲରେ ଯାଉଥିବା ଲୋକମାନେ ମୁହଁରେ ଧଳା ଗାମୁଛା ଢାଙ୍କି ଯିବାଆସିବା କରୁଥିବା ଦେଖିବାକୁ ମିଳିଥିଲା। ରାସ୍ତା କଡ ଦୋକାନଗୁଡିକରେ ତରଭୁଜ, ଆମ୍ବରସ ବିକ୍ରୀ ବୃଦ୍ଧି ପାଇଥିଲା ବେଳେ ରାଉରକେଲା ମହାନଗର ନିଗମ ପକ୍ଷରୁ ଜଳଛତ୍ରର ବ୍ଯବସ୍ଥା ମଧ୍ୟ କରାଯାଇଛି। ଆଗାମୀ ଦୁଇ ଦିନ ତାପମାତ୍ରାରେ ବୃଦ୍ଧି ଘଟିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଦିନ ୧୧ଟା ପରେ ବିଶେଷ କାର୍ଯ୍ୟ ନଥିଲେ ବାହାରକୁ ନ ବାହାରିବାକୁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *