ମହାନଗରମୁଖ୍ୟ ଖବରରାଜନୀତିରାଜ୍ୟ

ବେଧଡକ ଲଘୁ ଖଣିଜ ସାମଗ୍ରୀ ପରିବହନ ରୋକ ଲଗାଇବାପାଇଁ ଦାବି କଲା ବିଜେପି କୃଷକ ମୋର୍ଚ୍ଚା

କେନ୍ଦୁଝର //05/07/2024// (ଉତ୍କଳ ସମାଚାର) // କେନ୍ଦୁଝର ଜିଲା ବୈତରଣୀ ନଦୀ, କୁଶେଇ, ଅରଡ଼େଇ, ସମାକୋଇ, ମୁସଳ ପ୍ରଭୃତି ନଦୀ ମାନଙ୍କରୁ ଖୁଲମ ଖୁଲା ଭାବେ ଦିନ ଦ୍ବିପହରରେ ବାଲି ମାଫିଆ ମାନେ ବେଆଇନ ଭାବରେ, ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ଓ ରାଜ୍ୟ ଖଣିଜ ଲଘୁ ଦ୍ରବ୍ୟ ଆଇନକୁ ଉଲଂଘନ କରି ଚୋରା ବାଲି ଚାଲାଣ କରୁଛନ୍ତି ଏବଂ ସେଥିପ୍ରତି ଜିଲା ରାଜସ ବିଭାଗ, ଖଣି ବିଭାଗ ଓ ପୋଲିସ ପ୍ରଶାସନ କୈାଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁ ନାହାନ୍ତି ତାହା ଚିନ୍ତା ଜନକ ବିଷୟ ଅଟେ । ବର୍ଷା ଋତୁରେ ବାଲି ଉତ୍ତୋଳନ ଉପରେ ଆଇନ ଅନୁଯାୟୀ ରୋକ ଥିବା ବେଳେ କେନ୍ଦୁଝର ଜିଲାରେ ବାଲି ମାଫିଆ ମାନେ ଖୁଲମ ଖୁଲାଭାବେ ଦୈନିକ ଦିନ ଦ୍ବିପ୍ରହରରେ ୧୦ ଚକିଆ ରୁ ୧୬ ଚକିଆ ଶହ ଶହ ହାଇଓ୍ବାରେ ବାଲି ପରିହନ କରାଯାଉଛି । ଜିଲା ପ୍ରଶାସନ, ଖଣି ବିଭାଗ ଓ ପୁଲିସ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । କେବଳ ନଦୀର ସ୍ଥାୟିତ୍ଵ, ନଦୀ ବନ୍ଧ ଓ ରାସ୍ତା ଘାଟ ସୁରକ୍ଷା ଦୃଷ୍ଟିରୁ ଏହା ବିପଦ ଜନକ ତାହା ନୁହେଁ, ବରଂ ବାଲି ମାଫିଆଙ୍କ ଅପରାଧିକ କାର୍ଯ୍ୟକଳାପ ଦୃଷ୍ଟିରୁ ମଧ୍ୟ ଏହା ଆହୁରି ଗମ୍ଭୀରତାର ବିଷୟ ଅଟେ । ଏହି ବାଲି ଚୋରା ଚାଲାଣରେ ବାର୍ଷିକ କେନ୍ଦୁଝର ଜିଲ୍ଲାର ଆନୁମାନିକ ୫୦୦ କୋଟି ଟଙ୍କାର ରାଜସ ହରାଉଛି । କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡର ହାଟଡ଼ିହୀ ତହସିଲର ହାବଳେଶ୍ବର, ଡ଼ିମିରିଆ, ଅମୃତପୁର, ଜମ୍ବରା ଓ ଆନନ୍ଦପୁର ତହସିଲର ଫଚୁପଲ୍ଲୀ, ଘସିପୁରା ତହସିଲର ଦେଉଗାଁ, ପାଟଣା ତହସିଲର ଉଦୟପୁର, ରାଜ ନଗର, ତୁରୁମୁଙ୍ଗା, ଡୁମୁରିଆ, ଦୁର୍ଗାଦେଇପୁର, ପାଟଣା, ପ୍ରଭୃତି ସ୍ଥାନ ମାନଙ୍କରେ ବାଲି ମାଫିଆମାନେ ବେଆଇ ଭାବରେ ଦିନ ଦ୍ବିପ୍ରହରରେ ଖୁଲମ ଖୁଲା ଭାବରେ ନଦୀ ପଠାରୁ ମେସିନ୍ ସାହାଯ୍ୟରେ ବଡ଼ ବଡ଼ ହାଇୱା ଟ୍ରକ ଓ ଟ୍ରାକ୍ଟର ସାହାଯ୍ୟରେ ଦୈନିକ ଶହଶହ ଟ୍ରିପ୍ ବାଲି ଚାଲାଣ କରୁଛନ୍ତି । ଜନସାଧାରଣଙ୍କ ତରଫରୁ ଏ ବିଷୟରେ ସରକାରୀ ପ୍ରଶାସନ ଓ ପୋଲିସକୁ ଅଭିଯୋଗ କରାଯାଉଥିଲେ ମଧ୍ୟ କୈାଣସି ପ୍ରତିକାର କରାଯାଉ ନାହିଁ ।ପ୍ରକାଶ ଥାଉକି ଏହି ଚୋରା ବାଲି କାରବାରରେ ସ୍ଥାନୀୟ ପ୍ରଶାସନିକ ଅଫିସର ଓ କର୍ମଚାରୀ ଏବଂ ପୋଲିସ ଅଧିକାରୀ, ଖଣି ବିଭାଗ ଅଧିକାରୀ ମାନେ ସଂପୃକ୍ତ ଥିବାର ସାଧାରଣରେ ଅଭିଯୋଗ ହେଉଛି । ପ୍ରକାଶ ଥାଉକି ବାଲି ଘାଟ ନିଲାମଧାରୀମାନେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ଓ ରାଜ୍ୟ ଲଘୁ ଖଣିଜ ଦ୍ରବ୍ୟ ଆଇନକୁ ଉଲଂଘନ କରି ବାଲି ଉତ୍ତୋଳନ କରୁଛନ୍ତି । ସରକାରୀ ନିୟମ ଅନୁଯାୟୀ ବର୍ଷା ଋତୁରେ ଜୁନ୍‌ ୧୪ ଠାରୁ ୪ ମାସ ପର୍ଯ୍ୟନ୍ତ ବାଲିଘାଟ ବନ୍ଦ ରହିବା କଥା କିନ୍ତୁ ଏହି ନିୟମକୁ ଉଲଙ୍ଘନ କରି ବର୍ତ୍ତମାନ କେନ୍ଦୁଝର ଜିଲ୍ଲାରେ ବ୍ୟାପକ ଭାବରେ ନଦୀ ପଠା ମାନଙ୍କରୁ ଦିନକୁ ଶହ ଶହ ଟ୍ରିପ୍ ବାଲି ବାହାର ରାଜ୍ୟକୁ ବେଆଇନ ଭାବେ ଦିନ ଦ୍ବିପ୍ରହରରେ ଚାଲାଣ କରାଯାଉଛି । ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ ଆଇନ ଅନୁଯାୟୀ ଦିନ ୭ଟାରୁ ଅପରାହ୍ନ ୪ ଘ ଘଟିକା ପର୍ଯ୍ୟନ୍ତ ବାଲି ଉତ୍ତୋଳନ କରିବା କଥା କିନ୍ତୁ ନିଲାମଧାରୀ ମାନେ ଏ ଆଇନକୁ ବେଖାତିର କରି ଦିନ ରାତି ବାଲି ଚାଲାଣ କରୁଛନ୍ତି । ଆଇନ ଅନୁଯାୟୀ ଲୋକ ମାନଙ୍କ ଦ୍ବାରା ଗାଡ଼ିରେ ବାଲି ବୋଝେଇ କରିବା କଥା କିନ୍ତୁ ବାଲି ଘାଟ ନିଲାମଧାରୀ ମାନେ ମେସିନ୍ ସାହାଯ୍ୟରେ ବାଲି ବର୍ଷ ବର୍ଷ ଧରି ଉତ୍ତୋଳନ କରି ଆସୁଛନ୍ତି । ଭାରୀଯାନରେ ବାଲି ପରିବହନ କରିବା ଦ୍ବାରା ରାସ୍ତା ଘାଟର ଅବସ୍ଥା ଶୋଚନୀୟ ହୋଇ ପଡ଼ିଲାଣି । ଏସବୁ ପ୍ରତି ସ୍ଥାନୀୟ ପ୍ରଶାସନ ଓ ପୁଲିସ ନୀରବ ରହିବା ଅତ୍ୟନ୍ତ ପରିତାପର ବିଷୟ । ଏହି ଅବାଧ ଓ ଅବୈଧ୍ୟ ବାଲି ଚୋରାଚାଲାଣକୁ ରୋକିବା ଉପରେ ପଦକ୍ଷେପ ନେବାପାଇଁ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ, ରାଜ୍ୟ ସଂଯୋଜକ ହରି ମହାନ୍ତ, ବିଜେପି ର ମିଡ଼ିଆ ସଂଯୋଜକ ବ୍ରଜ କିଶୋର ରାୟ,ପ୍ରକାଶ ସୂତ୍ରଧର, ସତ୍ୟଜିତ ସାମନ୍ତରାୟ ପ୍ରମୁଖ ଜିଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି। ଏ ବିଷୟରେ ସବିଶେଷ ତଦନ୍ତ କରି ପଦକ୍ଷେପ ନେବା ପାଇଁ ଜିଲାପାଳ ପ୍ରତିଶ୍ରୁତ୍ତି ଦେଇଥିବା ପ୍ରକାଶ କରିଛନ୍ତି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ।

Leave a Reply

Your email address will not be published. Required fields are marked *