ଖେଳମନୋରଞ୍ଜନମହାନଗରମୁଖ୍ୟ ଖବରରାଜ୍ୟ

୩୦ ତମ ଓଡ଼ିଶା ରାଜ୍ୟ ଉଷୁ ପ୍ରତିଯୋଗିତା

ରାଉରକେଲା,୯/୭ (ଉତ୍କଳ ସମାଚାର): ଚଳିତ ଜୁଲାଇ ତା ୫ ରୁ ୭ ତାରିଖ ପର୍ଯ୍ୟନ୍ତ ଚାଲିଥିବା ୩୦ ତମ ରାଜ୍ୟ ଉଷୁ ପ୍ରତିଯୋଗିତା ୭ ତାରିଖ ସଂନ୍ଧ୍ୟାରେ ଉଦ୍‌ଯାପିତ ହୋଇ ଯାଇଛି । ୨୨ ଜିଲ୍ଲାରୁ ୩୦୦ ପ୍ରତିଯୋଗୀ ଉଭୟ ମହିଳା ଏବଂ ପୁରୁଷ ବିଭିନ୍ନ ବର୍ଗରେ ପ୍ରତିନ୍ôଦନ୍ଦିତା କରିଥିଲେ । ରାଉରକେଲା ଛେଣ୍ଡ କଲୋନୀ ସ୍ଥିତ ମଧୁସୁଦନ ଭବନ ଠାରେ ତିନି ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାକୁ ରାଉରକେଲା ମୁନିସିପାଲ କରପୋରେସନର ଡେପୁଟି କମିଶନର ଆନୀତା ମିଞ୍ଜ ଦ୍ୱାରା ପ୍ରଜ୍ୱଳନକରି ଉଦଘାଟନ କରିଥିଲେ । ଉଦଘାଟନ ଉସ୍ୱବରେ ଓଡ଼ିଶା ଉଷୁ ସଂଘର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଇଂ ସୁଧାଂଶୁ ଶେଖର ହରିଚନ୍ଦନ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ୬ ତାରିଖ ଦିନ ପଦକ ବିତରଣ ସମାରୋହରେ ଆଡ଼ିସ୍ନାଲ ଇଂଞ୍ଜିନିୟର ପିଡବ୍ଳୁର ଶ୍ରୀଯୁକ୍ତ ମନୋଜ ମହାନନ୍ଦ କୃତି ଖେଳାଳୀଙ୍କୁ ପଦକ ବିତରଣ କରିଥିଲେ । ଡିଏଭି ସ୍କୁଲ ପ୍ରିନସିପାଲ ଜସବିନ୍ଦର କୌର ଏବଂ ସମାଜ ସେବୀ ରାଜଲକ୍ଷ୍ମୀ ପାତର ସମ୍ମାନୀତ ଅତିଥୀ ହୋଇ ଖେଳାଳୀଙ୍କୁ ପଦକ ଦେଇଥିଲେ । ରାଉରକେଲା ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଜେତା ଦଳଙ୍କୁ ଚମ୍ପିଆନ ଟ୍ରଫି ପ୍ରଦାନ କରିଥିଲେ । ଓଡ଼ିଶା ଉଷୁ ସଂଘ ସାଧାରଣ ସଂପାଦକ ଇଂ ଯୁବରାଜ ହରିଚନ୍ଦନ ସମ୍ମାନୀତ ଅତିଥି ହୋଇ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସୁନ୍ଦରଗଡ଼ ଉଷୁ ଦଳ ବରିଷ୍ଠ ବର୍ଗରେ ୯ ଗୋଲ୍ଡ,୨ ସିଲଭର ଏବଂ୨ ବ୍ରୋଞ୍ଜ ପଦକ ଜିତି ଚମ୍ପିଅନ ହୋିଥିବା ବେଳେ ଖୋର୍ଦ୍ଧା ୪ ଗୋଲ୍ଡ,୪ ସିଲଭର୍ ସହ ରନରଅପ୍ ଏବଂ ମୟୁରଭଞ୍ଜ ୩ ଗୋଲ୍ଡ,୩ ସିଲଭର୍‌,୧ ବ୍ରୋଞ୍ଜ ସହ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଶେଷରେ ଆୟୋଜକ ସ୍ପୋର୍ଟସ୍ ଉଷୁ ଆସୋସିଏସନ ଅଫ ସୁନ୍ଦରଗଡ଼ର ସଭାପତି ବିରଂଚି ନାରାୟଣ ନଟ୍ଟନାୟକ,ଉପ ସଭାପତି ଟିକା ବାହାଦୁର,ରିତିକା ପଣ୍ଡା,ରାଜିଭ କାନସାଲ, ସାଧାରଣ ସଂପାଦକ ସୁଜନ ରଥ ଯୁଗ୍ମ ସଂପାଦକ ଅଜୟ ଲାକ୍ରା, ସମସ୍ତ ଅଧିକାରୀ, ଖେଳାଳୀ ଏବଂ ଅତିଥି ମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *