ନଗରପାଳ ଶ୍ରୀମତୀ ନିକୁ ସାହୁ ଓ ଉପନଗରପାଳ ବରଦା ପ୍ରସନ୍ନ ଦାସ ଙ୍କ ଦ୍ବାରା ଏନକେ ରୋଲେକ୍ସ ସର୍କସ ଉଦ୍ଘାଟିତ
କେନ୍ଦୁଝର,୯/୭ (ଉତ୍କଳ ସମାଚାର): କେନ୍ଦୁଝର କାଳୀପଡିଆ ଠାରେ ଏନକେ ରୋଲେକ୍ସ ସର୍କସ ନଗରପାଳ ଶ୍ରୀମତୀ ନିକୁ ସାହୁ ଓ ଉପନଗରପାଳ ବରଦା ପ୍ରସନ୍ନ ଦାସ ଙ୍କ ଦ୍ବାରା ଉଦ୍ଘାଟିତ ହୋଇ ଯାଇଛି , ଦୀର୍ଘ ଏକମାସ ବ୍ଯାପୀ କେନ୍ଦୁଝର ଜନସାଧାରଣ ଙ୍କ ମନୋରଂଜନ ପାଇଁ ଏହି ସର୍କସ ନିଜର ଅତ୍ୟାଧୁନିକ ବାଇଶ ପ୍ରକାର ମନୋରଂଜନ ଉତ୍କଣ୍ଠା ପୂରଣ କ୍ରୀଡା କୌଶଳ ଦେଖାଇବ ବୋଲି ପରିଚାଳକ ଶ୍ରୀ ହାପି ଏବଂ କରଣଦେବ ରାୟ ପ୍ରକାଶ କରିଛନ୍ତି ମଣିପୁରୀ ଦୁଃସାହସିକ କ୍ରୀଡା ସ୍କାଇ ଡାଇଭିଂ ,ଅନିମେଷ ଜୋକର୍ , ମୋଟର ବାୟକ ବଲଡ୍ୟାନ୍ସ । ରିଂ ବଲ ,ଆଫ୍ରିକାନ ଫାଇଟ ଡ୍ୟାନ୍ସ ,ରିଙ୍ଗଲେ ,ସାରି ଡ୍ୟାନ୍ସ ଅତ୍ୟନ୍ତ ମନୋମୁଗ୍ଧକର ହେବ ବୋଲି ଜଣା ପଡିଛି , ପ୍ରତିଦିନ ଅପରାହ୍ନ ତିନିଟା ରୁ ସନ୍ଧ୍ୟା ନଅ ଟା ପାର୍ଜୟନ୍ତ ତିନୋଟି ସୋ ମାଧ୍ୟମ ରେ କେନ୍ଦୁଝର ଜନସାଧାରଣ ଉପଭୋଗ କରିପାରିବେ ବୋଲି ଆୟୋଜକ ପ୍ରକାଶ କରିଛନ୍ତି