ଖେଳମହାନଗରମୁଖ୍ୟ ଖବରରାଜ୍ୟ

ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ-୧ ସମ୍ବଲପୁରରେ ଆଞ୍ଚଳିକ ସ୍ତରୀୟ ବାସ୍କେଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

ସମ୍ବଲପୁର,୨୦/୦୭(ଉତ୍କଳ ସମାଚାର),(ସରୋଜ ସାହୁ): ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ -୧ ସମ୍ବଲପୁର ଠାରେ ଭୁବନେଶ୍ୱର ସଂଭାଗ ସ୍ତରୀୟ ବାସ୍କେଟବଲ ଟୁର୍ଣ୍ଣାମେଣ୍ଟ ସଫଳ ଭାବରେ ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି I ଏହି ପ୍ରତିଯୋଗିତାରେ ସମୁଦାୟ ୭ ଟି କେନ୍ଦ୍ରୀୟ ବିଦ୍ୟାଳୟରୁ ବାଳକ ଖେଳାଲି ଯଥା-କେନ୍ଦ୍ରୀୟ ବିଦ୍ୟାଳୟ-୧ ସମ୍ବଲପୁର,କେନ୍ଦ୍ରୀୟ ବିଦ୍ୟାଳୟ ପୁରୀ,କେନ୍ଦ୍ରୀୟ ବିଦ୍ୟାଳୟ ଗୋପାଳପୁର,କେନ୍ଦ୍ରୀୟ ବିଦ୍ୟାଳୟ-୨ ଭୁବନେଶ୍ୱର,କେନ୍ଦ୍ରୀୟ ବିଦ୍ୟାଳୟ ବ୍ରହ୍ମପୁର,ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ କଟକ,ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ-୪ ଭୁବନେଶ୍ୱର ଓ ତିନୋଟି କେନ୍ଦ୍ରୀୟ ବିଦ୍ୟାଳୟରୁ ବାଳିକା ଖେଳାଡି ଯଥା- କେନ୍ଦ୍ରୀୟ ବିଦ୍ୟାଳୟ-୨ ବୁର୍ଲା, କେନ୍ଦ୍ରୀୟ ବିଦ୍ୟାଳୟ ପୁରୀ,କେନ୍ଦ୍ରୀୟ ବିଦ୍ୟାଳୟ ବ୍ରହ୍ମପୁର ଭାଗ ନେଇଛନ୍ତି I ଏହି ଅବସରରେ ସମ୍ବଲପୁର ଡେ଼ପୁଟି କଲେକ୍ଟର ଐଶର୍ଯ୍ୟା ପୃସେଠ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ I କେନ୍ଦ୍ରୀୟ ବିଦ୍ୟାଳୟ-୧ ସମ୍ବଲପୁରର ପ୍ରଧାନ ଶିକ୍ଷକ ଶ୍ରୀ ରଣରଞ୍ଜୟ ସିଂ ଅତିଥି ତଥା ଖେଳାଳୀ ମାନଙ୍କୁ ସ୍ୱାଗତ ଜଣାଇଥିବା ବେଳେ ଶିକ୍ଷକ ପ୍ରମୋଦ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ I ବିଦ୍ୟାଳୟର ଉପଆଚାର୍ଯ୍ୟ ବଳରାମ ମିଶ୍ର ତଥା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଚକ୍ରଧର ଦେହୁରୀ ଉପସ୍ଥିତ ଥିଲେ I  ବିଦ୍ୟାଳୟର ଖେଳ ଶିକ୍ଷୟତ୍ରୀ ସୁଶ୍ରୀ ସୋନାଳୀ କିସ୍ପଟା ଖେଳ ପରିଚାଳନା କରିଥିବା ବେଳେ ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ସୁଦାମ ଭୋଇ, ପଦ୍ମନାଭ ମିଶ୍ର, କୃଷ୍ଣଲାଲ ଯାଦବ, ନବକୃଷ୍ଣ ମିଶ୍ର,ପବନ କୁମାର ନଟିଆର ପ୍ରମୁଖ ସହଯୋଗ କରିଥିଲେ I

Leave a Reply

Your email address will not be published. Required fields are marked *