ମହାନଗରମୁଖ୍ୟ ଖବରରାଜ୍ୟ

ଲାୟନ୍ନ କ୍ଲବ ଅନୁଗୁଳ ର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ

ଅନୁଗୁଳ,୨୪/୭ (ଉତ୍କଳ ସମାଚାର):: ଅନୁଗୁଳ ଲାୟନ୍ସ କ୍ଲବର ନବ ନିର୍ବାଚିତ ଅଫିସ ବିଅରର ମାନଙ୍କର ୪୦ତମ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବରେ ଡ଼ିଷ୍ଟ୍ରିକ୍ଟ ୩୨୨ସି୫ ର ପ୍ରଥମ ଉପ ଗଭର୍ଣ୍ଣର ଲାୟନ ମମତା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନବ ନିର୍ବାଚିତ କର୍ମକର୍ତ୍ତାଙ୍କମାନଙ୍କ ଶପଥ ପାଠ କରାଇଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଇଟି କୋଅର୍ଡ଼ନେଟର ଲାୟନ ସଂଗ୍ରାମ ରଞ୍ଜନଦାସ, ରିଜିଅନ୍ ଚେୟାର ପରସନ ଡ଼ା. ତ୍ରିଲୋଚନ ପ୍ରଧାନ ଯୋଗ ଦେଇଥିଲେ । କ୍ଲବର ପ୍ରାକ୍ତନ ସଭାପତି ଅଶୋକ କୁମାର ସାହୁ ସଭାପତିତ୍ଵ କରିଥିଲେ । ଲାୟନ କିଶୋର କୁମାରଦାସ ସଭା ପରିଚାଳନା କରିଥିଲେ । ଏ ବର୍ଷ ମୁଖ୍ୟଆକର୍ଷଣ ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ମୁଖ୍ୟ ଅତିଥି ଶପଥ ପାଠ କରାଇ ଥିଲେ । ସଭାପତି ଭାବେ ଲାୟନ ତ୍ରୈଲୋକ୍ୟଦେହୁରୀ, ସଂପାଦକ ଲାୟନ ବଜରଙ୍ଗ ଲାଲ ଅଗ୍ରୱାଲ, କୋଷାଧ୍ୟକ୍ଷ ଲାୟନ ପ୍ରଭାତ ପାଲିତ, ପ୍ରଥମ ଉପ ସଭାପତିଲାୟନ ଅଞ୍ଜଳୀ ସିଂ, ଦ୍ବିତୀୟ ଉପସଭାପତି ଲାୟନ ଅରୁଣା ମିଶ୍ର, ମେମ୍ବରସିପ୍ ଚେୟାର ପରସନ୍ ଲାୟନ ସୁଶାନ୍ତଖଟୁଆ, ସର୍ଭିସ୍ ଚେୟାର ପରସନ୍ ଲାୟନ ପ୍ରଦିପ ମିଶ୍ର, ମାର୍କେଟିଙ୍ଗ ଚେୟାର ପରସନ୍ ଭାନେ ରାଜେଶ୍ ଗୋୟଲ ଙ୍କ ସମେତ ବୋର୍ଡ଼ ଡାଇରେକ୍ଟର ମାନଙ୍କୁ ଶପଥ ପାଠ କରାଇଥିଲେ । ବୋର୍ଡ଼ର ଏଲ.ସି.ଆଇ.ସି, କୋଅର୍ଡ଼ନେଟର ଲାୟନ ପରମାନନ୍ଦ ମିଶ୍ର, ପ୍ରୋଗ୍ରାମ କୋଅର୍ଡ଼ନେଟର ଲାୟନ ସଂଗ୍ରାମ ରଞ୍ଜନ ଦାସ, ଷ୍ଟାଟୁଟାରୀ କମ୍ପ୍ଲିଆନ୍ସ ଲାୟନଅନୁପ ସେନଗୁପ୍ତା, ଚକ୍ଷୁ ଚିକିତ୍ସାଳୟ ଦାୟିତ୍ବରେ ଲାୟନ ଅଶୋକ ମୁରାରକା, ନାରୀ ଶଶକ୍ତି କରଣ ଦାୟିତ୍ବରେ ଲାୟନକଳ୍ପନା ପାଲିତ୍, ଲଙ୍ଗ ରେଞ୍ଜ ଦାୟିତ୍ବରେ ଲାୟନ ଚନ୍ଦ୍ର ଶେଖର ପଟ୍ଟନାୟକ, ଆଇନ ଓ ସରକାରୀ ସଂଯୋଗିକରଣଦାୟିତ୍ଵରେ ଲାୟନ ରାଜ କିଶୋର ମହୁରୀ, ସର୍ଭିସ ପ୍ରୋଗ୍ରାମର ଭାବେ ଲାୟନ ବାସୁଦେବ ଚୌଧୁରୀ ଆଦି ଶପଥନେଇଥିଲେ । ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣ ରେ କହିଲେ ଯେ ସମାଜର ସେବା ପାଇଁ ଲାୟନ୍ସ କ୍ଲବ ଅନୁଗୋଳକୁ ଢ଼ିଷ୍ଟ୍ରିକ୍ଟ ଓ ମଲ୍ଟିପୁଲ ସ୍ତରରେ ଥିବା ସମସ୍ତ ପ୍ରକାର ଆର୍ଥିକ ତଥା ପରାମର୍ଶ ନିଶ୍ଚିନ୍ତ ଭାବେ ଯୋଗାଇ ଦେବୁ । ନବନିର୍ବାଚିତ ସଭାପତି ଲାୟନ୍ସ ତ୍ରୈଲଖ ଦେହୁରୀ ତାଙ୍କ ଅଭିଭାଷଣରେ କହିଲେ ଯେ ଚଳିତ ବର୍ଷ ଲାୟନ୍ସ କ୍ଲବ ୫୦୦୦୦(ପଚାଶ ହଜାର)ରୁ ଉର୍ଦ୍ଧ ରୋଗୀ ସେବା ଯୋଗାଇ ଦେବାକୁ ଆଶା ରଖୁଛୁ । ଏହା ଲାୟନ୍ସ ଚକ୍ଷୁ ଚିକିତ୍ସାଳୟଓ ଡ଼ୋର ଷ୍ଟେପ ହେଲଥ ସର୍ଭିସ, ନାଲକୋ ଓ ଗ୍ରାମଞ୍ଚଳରେ ଭ୍ରାମ୍ୟମାଣ ସେବା ମାଧ୍ୟମରେ ସମାଜରେ ରହିଥିବା ଦଳିତ ଗରିବ ନିରିହ ଲୋକ ମାନଙ୍କୁ ଯୋଗାଇ ଦେବାକୁ ଆଶା ରଖିଛୁ । ଯଦ୍ୱାରା ସମାଜରେ ନିମ୍ନ ସ୍ତରରେ ଥିବାଲୋକମାନେ ଏହି ସୁବିଧା ପାଇ ପାରିବେ । ସୁସ୍ଥ ପରିବେଶ ପାଇଁ ବୃକ୍ଷ ହିଁ ଜୀବନ ମାଧ୍ୟମରେ ଅତ୍ୟଧିକ ଗଛ ଲଗାଯିବାର ପ୍ରୟାସ ଜାରୀ ରହିବ । ନାରୀ ଶଶକ୍ତି କରଣ ମାଧ୍ୟମରେ କମ୍ପ୍ୟୁଟର ଓ ଶିଲାଇ ଶିକ୍ଷାକୁ ଅଧିକ ଗୁରୁତ୍ଵଦିଆଯାଇ, ମହିଳା ମାନଙ୍କୁ ନିର୍ଭରଶିଳତା କରାଇବ ଲକ୍ଷରେ କ୍ଲବ ବଦ୍ଧ ପରିକର । ପାରି ପାର୍ଶ୍ବକ ଶିଳ୍ପାୟନମାନଙ୍କୁ ନେଇ ପାନୀୟ ଜଳ ତଥା ଅନେକ ଗୁଡିଏ ଜନ ହିତକର କାର୍ଯ୍ୟ କରିବାକୁ କ୍ଳବ ଆଶା ରଖିଛି । ଲାୟନ୍ମ ଚକ୍ଷୁଚିକିତ୍ସାଳୟରେ ଅତ୍ୟାଧୁନିକ ରୋଗୀ ସେବା ଓ ପ୍ରଥମ ମହଲାର ଉର୍ନତିକରଣ କରାଯିବ ସହ ଡ଼ିଷ୍ଟ୍ରିକ୍ଟ, ମଲ୍ଟିପୁଲ ତଥା ଆନ୍ତର୍ଜାତିକ ଲାୟନ୍ସ କ୍ଲବର ସର୍ତ୍ତାବଳୀ ଗୁଡ଼ିକୁ ଅନୁକରଣ କରି ସମାଜ ସେବାକୁ ଆଗେଇ ନିଆଯିବ ।ଏହି ସମାରୋହରେ ଲାୟନ୍ସ କ୍ଳବର ପୂର୍ବତନ ସଭାପତି ଲାୟନ ସୁଶାନ୍ତ ଖଟୁଆ, ପୂର୍ବତନ ସଭାପତି ଲାୟନ ତିଳୋତ୍ତମା କର୍ଣ୍ଣ,ଲାୟନ କରୁଣା ପଟ୍ଟନାୟକ, ନାୟନ ବିଜୋଲୁମା ଚର୍ମ, ସଦସ୍ୟ ଲାୟନ ସଂଜୀବ ମାଣ୍ଡୋଠିଆ, ଲାୟନ ରୁମା ଚୌଧୁରୀ,ଲାୟନ ସୁଭାସିନୀ ଦେହୁରୀ, ଲାୟନ ଶୋଭା ମୁରାକାଁ, ଲାୟନ ସୁଷମା ସାହୁ, ଲାୟନ ଶର୍ମିଳା ଗୋୟଲ ପ୍ରମୁଖ ବହୁ ବରିଷ୍ଠ ସଦସ୍ୟ ଉପସ୍ଥିତଥିଲେ । ଏହାସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତଥା ବିଭିନ୍ନ ମଡ଼ିଆ ସେଲର କର୍ମକ ।, ଲାୟନ୍ସ କ୍ଲବର ବିଭିନ୍ନ ବିଭାଗର ଡ଼ାକ୍ତର, ଫାର୍ମସିଷ୍ଟ ଓ ଷ୍ଟାଫ ମାନେ ଯୋଗ ଦେଇଥିଲେ । ସମାରୋହ ମଧ୍ୟରେ ନାଟ୍ୟ ଗୁରୁମା ଅନିତା ରାଜଗୁରୁଙ୍କନିଉ କ୍ରିଏସନ୍ ଡ୍ୟାନ୍ସ ଏକାଡ଼େମି, ଅନୁଗୋଳର ଛାତ୍ରୀମାନେ ନାଟ୍ୟ ପରିବେଷଣ କରିଥିଲେ । ସମାରୋହ ର ଶେଷରେ ସଂପାଦକ ବଜରଙ୍ଗଲାଲ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *