ଜାତୀୟ କନିଷ୍ଠ ଉଷୁ ପ୍ରତିଯୋଗିତା, ଓଡ଼ିଶା ଦଳରେ ରାଉରକେଲାର ୫ ଖେଳାଳୀ, ୨ ଅଫିସିଆଲ
ରାଉରକେଲା ୨୪/୭(ଉତ୍କଳ ସମାଚାର): ଭାରତୀୟ ଉଷୁ ସଂଘ ଦ୍ାରା ତାମିଲନାଡୁର । କୋଏମ୍ବାଟୁର ସହରର କେପିଆର ଇଂଜନିୟରିଂ କଲେଜ ଠାରେ ଜୁଲାଇ ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି ୨୩ ତମ ଜାତୀୟ କନିଷ୍ଠ ଉଷୁ ପ୍ରତିଯୋଗିତା । ସମଗ୍ର ଦେଶରୁ ପ୍ରାୟ ୧୨୦୦ (ବାଳକ ଓ ବାଳିକା) ଖେଳାଳୀ ସାଣ୍ଡ୍ରା ଓ ତାଉଲୁରେ ବିଭିନ୍ନ ବର୍ଗରେ ପ୍ରତିଦ୍ୱନ୍ଦିତା କରିବେ । ଏହି ଜାତୀୟ ପ୍ରତିଯୋଗିତା ପାଇଁ ଓଡ଼ିଶା ଉଷୁ ଦଳ ୩୫ ଜଣ ଖେଳାଳୀଙ୍କ ସହ ୪ ଜଣ ଅଫିସିଆଲ କୋଏମ୍ବାଟୁର ଯାତ୍ରା କରିଛନ୍ତି । ଭୁବନେଶ୍ୱର ପୁମାସ ସ୍ପୋର୍ଟସ କମ୍ପେ୍ଲକ୍ସ ଠାରେ ୧୮ ଜୁଲାଇରୁ ୨୩ ଜୁଲାଇ ପର୍ଯ୍ୟନ୍ତ ଏହି ଖେଳାଳୀ ମାନେ କ୍ୟାମ୍ପସରେ ରହି କଠିନ ଅଭ୍ୟାସ କରିଛନ୍ତି । ପ୍ରଥମ ଥର ପାଇଁ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ଓଡ଼ିଶା ଉଷୁ ଦଳର ସମସ୍ତ ଖର୍ଚ୍ଚ ବହନ କରିବା ସହ ଓଡ଼ିଶା ଦଳକୁ ସମର୍ଥନ କରିଛନ୍ତି । ସ୍ପୋର୍ଟସ ଉଷୁ ଆସୋସିଏସନ ଅଫ ସୁନ୍ଦରଗଡ଼ ଅଧିନରେ ଥିବା ରାଉରକେଲାର ୫ ଜଣ ଖେଳାଳୀ (୨ ବାଳିକା ଏବଂ ୩ ବାଳକ) ୨ ଜଣ ଅଫିସିଆଲ ସହ ଓଡ଼ିଶା ଦଳରେ ସାମିଲ ହୋଇଛନ୍ତି । ତାଉଲୁ ବର୍ଗରେ ସମୃଦ୍ଧି ଏବଂ ସାଣ୍ଡ୍ରା ୬୦ କେଜି ବର୍ଗରେ ପରୀ ମିତଲ ଓ ୫୬ କେ.ଜି. ବର୍ଗରେ ରାଜେଶ ଟପ୍ନୋ ଖେଳିବେ । ଜିଲ୍ଲା ଉଷୁ ସଂଘର ଉପସଭାପତି ଟିକା ବାହାଦୁର ଏବଂ ଅଫିସିଆଲ ଏବଂ ସାଧାରଣ ସଂପାଦକ ସୁଜନ ରଥ ଦଳର କୋଚ୍ ଦାୟିତ୍ୱ ନିର୍ବାହ କରିବେ । ଆନ୍ତର୍ଜାତୀୟ ବିଚାରକ ପ୍ରଦ୍ୟୁମ୍ନ ବେହେରା ଓଡ଼ିଶା ଦଳର ନେତୃତ୍ୱ ନେବେ । ଜିଲ୍ଲା ସଂଘ ସଭାପତି ବିରଂଚି ନାରାୟଣ ପଟନାୟକ, ଉପ ସଭାପତି ରିତିକ ପଣ୍ଡା, ରାଜୀବ କାନସାଲ, ଯୁଗ୍ମ ସଂପାଦକ ଅଜୟ ଲାକ୍ରା,ଉପଦେଷ୍ଟା ମନୋଜ ମାଝୀ,ମହେଶ ରାଜଗନ୍ଧା ଦଳକୁ ଶୁଭେଛା ଜଣାଇବା ସହ ଖେଳାଳୀ ପଦକ ଜିତି ଫେରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ।