ମହାନଗରମୁଖ୍ୟ ଖବରରାଜ୍ୟ

ସେକ୍ସନ ଅଫିସର ପ୍ରଦୀପ୍ତ କରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

କେନ୍ଦୁଝର,୧/୯ (ଉତ୍କଳ ସମାଚାର): ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜିଲ୍ଲା ପରିଷଦ କାର୍ଯ୍ୟାଳୟର ସେକ୍ସନ ଅଫିସର ପ୍ରଦୀପ୍ତ କର ସରକାରୀ ଚାକିରୀରୁ ଅବସର ଗ୍ରହଣ ଉଦ୍ଦେଶ୍ୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ କଲେକ୍ଟରେଟ୍ ଦରବାର ହଲ୍‌ଠାରେ ତା ୩୧.୦୮.୨୦୨୪ ରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଂସ୍ଥା ବିଭାଗର ଡେପୁଟି କଲେକ୍ଟର ସଂଗ୍ରାମ କେଶରୀ ପରିଡା ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ଅନୁଷ୍ଠିତ ସଭାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ରାଜସ୍ୱ ଅମଲା ଯୋଗଦାନ କରିଥିଲେ । ଓଡିଶା ରାଜସ୍ୱ ଅମଲା ସଂଘର ଜିଲ୍ଲା ସଭାପତି ଜିତେନ୍ଦ୍ର କୁମାର ମାହାପାତ୍ର ବିଦାୟୀ କର୍ମଚାରୀ ଶ୍ରୀ କରଙ୍କ ସମୟାନୁବର୍ତିତା, ସମସ୍ତ କାର୍ଯ୍ୟର ପୁଙ୍ଖାନୁପୁଙ୍ଖ ତର୍ଜମା ସହିତ ତାର ସମାଧାନ କରି କର୍ମଚାରୀ ମାନଙ୍କର ଆଦର୍ଶ ହୋଇପାରିଥିବାରୁ ଧନ୍ୟବାଦ୍ ଜଣାଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାଳିକ ନିଜର ବକ୍ତବ୍ୟରେ ଶ୍ରୀ କରଙ୍କ କାର୍ଯ୍ୟଧାରାକୁ ପ୍ରଶଂସା କରିଥିଲେ । ସରକାରୀ କାର୍ଯ୍ୟରୁ ବିଦାୟ ନେଉଥିବା କର୍ମଚାରୀଙ୍କ ଦୀର୍ଘ ବର୍ଷର ସେବାକୁ ମାନ୍ୟତା ଦେଇ ତାଙ୍କ କାର୍ଯ୍ୟ ଜୀବନର ଶେଷଦିନରେ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରି ସମ୍ମାନ ଜଣାଉଥିବାର ୁ ଓଡିଶା ରାଜସ୍ୱ ଅମଲା ସଂଘର ସମସ୍ତ କର୍ମକର୍ତାଙ୍କୁ ଭୂୟଶି ପ୍ରସଂଶା କରିବା ସହିତ ଏଭଳି କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ପ୍ରକାଶଥାଉକି ଶ୍ରୀ କର ୨୪.୦୧.୧୯୯୧ରେ ପ୍ରଥମେ ଜିଲ୍ଲା ଯୋଜନା କାର୍ଯ୍ୟାଳୟରେ କନିଷ୍ଠ ସହାୟକ ଭାବେ କାର୍ଯ୍ୟ ଆରମ୍ଭ କରି ଆଜି ଜିଲ୍ଲା ପରିଷଦ କାର୍ଯ୍ୟାଳୟରୁ ଅବସର ନେଇଛନ୍ତି । ଏତଦବ୍ୟତୀତ ଶ୍ରୀ ବିଶ୍ୱନାଥ ରାଉଳ ଚମ୍ପୁଆ ତହସିଲ କାର୍ଯ୍ୟାଳୟରୁ ଅବସର ନେଇଛନ୍ତି ।ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ସଂପାଦକ ପ୍ରଭାତେନ୍ଦୁ ନାଏକ, କାର୍ଯ୍ୟକାରୀ ସଭାପତି ସଚିନ ପଣ୍ଡା, ବରିଷ୍ଠ ଉପଦେଷ୍ଟା କାମିନୀକାନ୍ତ ମହାନ୍ତ, କୈଳାସ ଚନ୍ଦ୍ର ମଲ୍ଲିକ, ରାଧାରମଣ ଚକ୍ର,ଭୁବନେଶ୍ୱର ମହାପାତ୍ର, ସନ୍ତୋଷ କୁମାର ରଣା, ଶ୍ରୀମତୀ ମିନତୀ ସାହୁ,ବବିତା ସାହୁ, ଶିବାନୀ ନାୟକ, ପାର୍ଥସାରଥୀ ନାୟକ, ମୁକ୍ତିକାନ୍ତ ପାତ୍ର, ସତ୍ୟବତୀ ଲାଗୁରୀଙ୍କ ସମେତ ଶତାଧିକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ ତଥା ଜିଲ୍ଲାର ସମସ୍ତ ରାଜସ୍ୱ କର୍ମଚାରୀ ବୃନ୍ଦ ଯୋଗଦାନ କରି ଅବସରକାଳୀନ ଉତ୍ସବକୁ ପରିଚାଳନାରେ ସହଯୋଗ କରିଥିବା ବେଳେ ପିତବାସ ମହାନ୍ତ ସଭା କାର୍ଯ୍ୟସଂଯୋଜନାକରିଥିଲେ ।

Leave a Reply

Your email address will not be published. Required fields are marked *