ମହାନଗରମୁଖ୍ୟ ଖବରରାଜନୀତିରାଜ୍ୟ

ପୂର୍ବତନ ବିଧାୟକ ଅଶ୍ବିନୀ ଗୁରୁଙ୍କ ପରଲୋକ I


ସମ୍ବଲପୁର//,୦୧/୦୯(ଉତ୍କଳ ସମାଚାର)//,(ସରୋଜ ସାହୁ)//:ସମ୍ବଲପୁର ର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଅଶ୍ବିନୀ ଗୁରୁଙ୍କ ଆଜି ବ୍ରଜରାଜନଗର ରେ ପ୍ରାତଃ ୪ ଟା ସମୟରେ ପରଲୋକ ହୋଇଛି I ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା I ହୃଦଘାତରେ ସେ ପ୍ରାଣତ୍ୟାଗ କରିଥିବା ଜଣାଯାଇଛି I ଅଶ୍ବିନୀ ଗୁରୁ ୧୯୮୦ ରୁ ୧୯୮୫ ଯାଏ ସମ୍ବଲପୁରର ବିଧାୟକ ଥିଲେ I ଏହାଛଡ଼ା ସେ ୨୦୧୮ ରେ ସମ୍ବଲପୁର ଜିଲ୍ଲା କଂଗ୍ରେସ ସଭାପତି ଦାୟିତ୍ବ ତୁଲାଇଥିଲେ I ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି I ୧୯୫୪ ମସିହା ଏପ୍ରିଲ ୧ ତାରିଖରେ ସେ ସମ୍ବଲପୁରରେ ଜନ୍ମଗ୍ରହଣ କରିଥିଲେ I ତ‌ାଙ୍କ ପତ୍ନୀ ଜଣେ ଶିକ୍ଷୟିତ୍ରୀ I ସେ ନିକଟରେ ଅବସର ଗ୍ରହଣ କରିଛନ୍ତି I ଅଶ୍ବିନୀ ଗୁରୁଙ୍କର ୨ ଝିଅ ରହିଛନ୍ତି I ଅଶ୍ବିନୀ ଗୁରୁଙ୍କ ସମ୍ବଲପୁର ରାଜଘାଟ ରେ ଆଜି ଶେଷ କୃତ୍ୟ କରାଯିବ ବୋଲି ପରିବାର ସୂତ୍ରରୁ ପ୍ରକାଶ I//

Leave a Reply

Your email address will not be published. Required fields are marked *