ମନୋରଞ୍ଜନମହାନଗରମୁଖ୍ୟ ଖବରରାଜ୍ୟ

ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତାର ଉଦଯାପନୀ ଉତ୍ସବ

କୋଇଡା //30/12/2023// (ନଗେଶ ଚନ୍ଦ୍ର ପାଢ଼ୀ) //(ଉତ୍କଳ ସମାଚାର)// : ସାରା ରାଜ୍ୟରେ ସରକାରଙ୍କ ତରଫରୁ ନୂଆ -ଓ , ଯୁବ ଓଡିଶା ଓ ନବୀନ ଓଡିଶା ମାଧ୍ୟମରେ ହେଉଥିବା ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ହେଉଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକରେ ଚଳିତ ମାସ 8 ତାରିଖରୁ ଆରମ୍ଭ ହୋଇ 28 ତାରିଖ ପର୍ଯ୍ୟନ୍ତ ଚାଲିଥିଲା ଏହି ପ୍ରତିଯୋଗିତା। ଏହାର ଉଦଯାପନୀ ଉତ୍ସବ କୋଇଡାର ଗୋପବନ୍ଧୁ ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କୋଇଡା ବିଡ଼ିଓ ରଶ୍ମିରେଖା ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କୋଇଡା ବ୍ଲକ ଅଧକ୍ଷ ସୁରେଶ ନାଏକ ଯୋଗ ଦେଇଥିଲେ ଓ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାପରିଷଦ ଉପସଭାପତି କମଲ ଲାକ୍ରା , କୋଇଡା (ଖ) ଜିଲ୍ଲା ପରିଷଦ ଅଶୋକ କୁମାର ନାଏକ , ବିଇଓ ଅଭିମନ୍ୟୁ ବେହେରା , କାଶୀରା ସରପଞ୍ଚ ରାଣୀ ଲୋହାର , ଟେନସା ସରପଞ୍ଚ ଅନିତା ପୂର୍ତ୍ତି , ଟେନସା ସିଆରସିସି ପ୍ରଶାନ୍ତ କୁମାର ପରିଡା ଓ ସମାଜସେବୀ ଦିବାକର ନାଏକ ଯୋଗ ଦେଇଥିଲେ। ଖେଳରେ କୃତିତ୍ୱ କରିଥିବା ପ୍ରତିଯୋଗୀ ମାନଙ୍କୁ ସ୍ୱାଗତ ଜଣେଇବା ସହିତ ମାନପତ୍ର ପୁରାଷ୍କାର ରାଶି ପ୍ରଦାନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ବ୍ଲକ ର ସମସ୍ତ କର୍ମଚାରୀ ସହଯୋଗ କରିଥିବା ବେଳେ ଶେଷରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ।

Leave a Reply

Your email address will not be published. Required fields are marked *