ସୁଭଦ୍ରା ଯୋଜନାକୁ ସଫଳ ରୂପାୟନ ଦେବା ପାଇଁ ସମ୍ବଲପୁରରେ ଆରମ୍ଭ ହେଲା ପଦଯାତ୍ରା I
ସମ୍ବଲପୁର,//୧୫/୦୯//(ଉତ୍କଳ ସମାଚାର)//,(ସରୋଜ ସାହୁ)://ଓଡ଼ିଶାର ପ୍ରତ୍ୟେକଟି ମହିଳା ହେବେ ସ୍ୱାବଲମ୍ବୀ ଏବଂ ସଶକ୍ତ, ଏହି ଉଦ୍ଦେଶ୍ୟରେ ଓଡିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନା ବର୍ତ୍ତମାନ ଘରେ ଘରେ ଆଦୃତ ଓ ଲୋକପ୍ରିୟ ହୋଇପାରିଛି । ସମ୍ବଲପୁର ଠାରେ ମଧ୍ୟ ଏହି ଯୋଜନାର ସଫଳ ରୂପାୟନ ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ, ଜିଲ୍ଲା ପ୍ରଶାସନ ଅନୁକୁଲ୍ୟରେ ରବିବାର ଦିନ ଏକ ପଦଯାତ୍ରାର ଆୟୋଜନ କରାଯାଇଥିଲା। ସକାଳ ୮ଟାରେ ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଆଇ.ଏ.ଏସ୍. ପତାକା ଦେଖାଇ ସମ୍ବଲପୁର ପୁରୁଣା ପୌରପାଳିକା କାର୍ଯ୍ୟାଳୟରୁ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା ର ଶୁଭାରମ୍ଭ କରିଥିଲେ I ଏହି ପଦଯାତ୍ରାରେ ୫୦୦ରୁ ଉର୍ଦ୍ଧ୍ୱ ସ୍ୱୟଂସହାୟିକା ଗୋଷ୍ଠୀର ମହିଳା ମାନେ ଯୋଗ ଦେବା ସହ ସ୍ଵାକ୍ଷର ପ୍ରଚାରରେ ନିଜକୁ ସାମିଲ କରିଥିଲେ। ପଦଯାତ୍ରା ଶେଷ ହେବା ପରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ଗୋଷ୍ଠୀ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସୁଭଦ୍ରା ଯୋଜନା ସମ୍ପର୍କରେ ମହିଳାମାନେ ପରସ୍ପରର ପ୍ରଶ୍ନର ଉତ୍ତର ଦେଉଥିବାରୁ ଗୋଷ୍ଠୀ ଆଲୋଚନା ଫଳପ୍ରଦ ହୋଇଥିଲା। ଏହି ପରିପ୍ରେକ୍ଷୀରେ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ କହିଥିଲେ ଯେ ଆସନ୍ତା ୧୭ତାରିଖ ଠାରୁ ଏହି ଯୋଜନା ଆରମ୍ଭ ହେବ। ଯୋଗ୍ୟ ହିତାଧିକାରୀ ମହିଳାଙ୍କୁ ବର୍ଷକୁ ରକ୍ଷାବନ୍ଦନ ଓ ଅର୍ନ୍ତଜାତୀୟ ମହିଳା ଦିବସରେ ୫ହଜାର ଲେଖାଏଁ ୧୦ହଜାର ୫ବର୍ଷ ଦିଆଯିବ। ଏହି ଯୋଜନାକୁ ବ୍ଲକ, ପଂଚାୟତ, ଗାଁସ୍ତରରେ ବ୍ୟାପକ ସଚେତନତା ରଥ ଏବଂ ବିଭିନ୍ନ ସୂଚନା, ଶିକ୍ଷା ଯୋଗାଯୋଗ ମାଧ୍ୟମରେ ସୃଷ୍ଟି କରାଯାଉଛି ବୋଲି କହିଥିଲେ। ଆଜିର ଏହି ପଦଯାତ୍ରା, ସମଗ୍ର ଜିଲ୍ଲାରେ ପ୍ରତିଟି ବ୍ଲକ, ଗ୍ରାମପଂଚାୟତ ଏବଂ ଜିଲ୍ଲା ସ୍ତରରେ ଆୟୋଜନ କରାଯାଇ ସମସ୍ତ ଜନସାଧାରଣଙ୍କୁ ଏହି ଯୋଜନା ବିଷୟରେ ସଚେତନତା ତଥା ଅବଗତ କରାଯାଇଛି। ଆସନ୍ତା ୧୭ ତାରିଖରେ ମାନ୍ୟବର ପ୍ରଧାନମନ୍ତ୍ରୀ, ଭୁବନେଶ୍ୱର ଠାରେ ଏହି ଯୋଜନାର ସଫଳ ଉଦ୍ଘାଟନ କରିବେ ଏବଂ ସେହି ପରିପ୍ରେକ୍ଷୀରେ ସମଗ୍ର ରାଜ୍ୟରେ ଏହି ଯୋଜନାକୁ ନେଇ ଚଞ୍ଚଳତା ଦେଖା ଦେଇଛି I
