ଦେଶ -ବିଦେଶମନୋରଞ୍ଜନମହାନଗରମୁଖ୍ୟ ଖବରରାଜନୀତି

ହରିୟାଣାର ବିକାଶକୁ ସମ୍ପୂର୍ଣ୍ଣ ବନ୍ଦ କରି ଚାଷୀଙ୍କ ଜମି ଦଖଲ କରିବା କଂଗ୍ରେସର ଉଦ୍ଦେଶ୍ୟ- ଧର୍ମେନ୍ଦ୍ର ପ୍ରଧାନ

ହରିୟାଣା, //15/09/2024//ଉତ୍କଳ ସମାଚାର): // ହରିୟାଣାର ବିକାଶକୁ ସମ୍ପୂର୍ଣ୍ଣ ବନ୍ଦ କରି ପୁଣି ଥରେ କୃଷକଙ୍କ ଜମି ଦଖଲ କରିବା, ଦଳିତ ଓ ମହିଳାଙ୍କ ଉପରେ ଅତ୍ୟାଚାର କରିବା ଏବଂ ଯୁବକମାନଙ୍କୁ ସେହି ପୁରୁଣା ସ୍ଥିତାବସ୍ଥାକୁ ଫେରାଇ ଆଣିବା କଂଗ୍ରେସର ମୂଳ ରାଜନୈତିକ ଉଦ୍ଦେଶ୍ୟ ରହିଛି ବୋଲି କହିଛନ୍ତି ହରିୟାଣା ନିର୍ବାଚନ ପ୍ରଭାରୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ହରିୟାଣା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି କରନାଲରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଭେଟିବା ସହ ସଂଗଠନାତ୍ମକ ବିଷୟ ଉପରେ ଆଲୋଚନା କରିଛନ୍ତି । ପ୍ରଚାର କରିବା ଅବସରରେ ସେ କହିଛନ୍ତି ହରିୟାଣାରେ ବିଜେପି ବିଜୟର ହ୍ୟାଟ୍ରିକ୍ ହେବାକୁ ଯାଉଛି । ବିଧାନସଭା ନିର୍ବାଚନ ପାଇଁ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଯାଇଛି । ବିଗତ ୧୦ ବର୍ଷରେ ରାଜ୍ୟରେ ଅନେକ ବିକାଶମୂଳକ କାର୍ଯ୍ୟ ହୋଇଛି । ବିଗତ ୧୦ ବର୍ଷ ଧରି ବିଜେପି ନିରନ୍ତର ଭାବେ ହରିୟାଣାର ସେବା କରିଆସୁଛି । ହରିୟାଣାର ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀ ପ୍ରତ୍ୟେକ ବର୍ଗଙ୍କ କଲ୍ୟାଣ ପାଇଁ ଦୂରଦୃଷ୍ଟିସମ୍ପନ୍ନ ନିଷ୍ପତ୍ତି ନେଇଛନ୍ତି । କୃଷକମାନଙ୍କୁ ସମସ୍ତ କୃଷି ସାମଗ୍ରୀ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି)ର ଗ୍ୟାରେଣ୍ଟି ଦେବାରେ ହରିୟାଣା ହେଉଛି ପ୍ରଥମ ରାଜ୍ୟ । ବିଜେପି ସରକାରରେ ଏହି ରାଜ୍ୟରେ ଯୁବବର୍ଗଙ୍କ ସ୍ୱାର୍ଥକୁ ପ୍ରାଧାନ୍ୟ ଦିଆଯାଇ ସେମାନଙ୍କୁ ସରକାରୀ ଚାକିରି ପ୍ରଦାନ କରାଯାଇଛି ।ଗୋଟିଏ ପଟେ ସୈନୀ ସରକାର ଚାଷୀଙ୍କ ସ୍ୱାର୍ଥ ପାଇଁ ଚିନ୍ତା କରୁଛନ୍ତି । ଅନ୍ୟ ଗୋଟିଏ ପକ୍ଷରେ ବାପା ପୁଅଙ୍କ ଶାସନରେ ଚାଷୀଙ୍କ ଚାଷଜମି ଦଖଲ କରିବା ପାଇଁ ଯୋଜନା କରାଯାଉଛି । ଯେଉଁମାନେ ଏମଏସପି ନାଁରେ ଚାଷୀଙ୍କୁ ଠକିଥା’ନ୍ତି ସେମାନେ କେବେ ବି ନିଜ ସରକାରରେ ଗ୍ୟାରେଣ୍ଟି ପୂରଣ କରନ୍ତି ନାହିଁ । କଂଗ୍ରେସ ଠାରୁ ଜନତା କେବଳ ମିଛର ଗ୍ୟାରେଣ୍ଟି ପାଇଥା’ନ୍ତି । ହରିୟାଣାର ସଚେତନ ଓ ସ୍ୱାଭିମାନୀ ଲୋକମାନେ କଂଗ୍ରେସର ହରିୟାଣା ବିରୋଧୀ ଓ ଜନବିରୋଧୀ ମାନସିକତାକୁ ଭଲ ଭାବରେ ବୁଝିଛନ୍ତି । ସେଥିପାଇଁ ଆଗାମୀ ବିଧାନସଭା ନିର୍ବାଚନରେ ଜନତା, କଂଗ୍ରେସ ଏବଂ ବାପା ପୁଅଙ୍କୁ ହରାଇ ସେମାନଙ୍କୁ ଏକ ଶିକ୍ଷା ଦେବାକୁ ଯାଉଛନ୍ତି । ଆହରିୟାଣାର ଡବଲ ଇଞ୍ଜିନ ସରକାର କୃଷକ, ମହିଳା, ଦଳିତ, ବଞ୍ଚିତ ଏବଂ ଯୁବବର୍ଗଙ୍କ ନନଷ୍ଟପ୍ ବିକାଶ କରି ବିକଶିତ ହରିୟାଣା ଗଠନ କରିବା କାମରେ ଲାଗିଛନ୍ତି । ହରିୟାଣାର ବିଜେପି ସରକାର ଉପରେ ଜନସାଧାରଣଙ୍କ ଅତୁଟ ବିଶ୍ୱାସ ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Leave a Reply

Your email address will not be published. Required fields are marked *