ସମ୍ବଲପୁର ରେ ସୁଭଦ୍ରା ଯୋଜନା ର ଶୁଭାରମ୍ଭ ସମାରୋହ I
ସମ୍ବଲପୁର//,17/09/2024//(ଉତ୍କଳ ସମାଚାର)//,(ସରୋଜ ସାହୁ)//:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଦିବସ ରେ ଓଡିଶା ଗସ୍ତ ରେ ଆସି ରାଜ୍ୟ ର ମହିଳା ମାନଙ୍କୁ ସୁଭଦ୍ରା ଯୋଜନା ର ଶୁଭାରମ୍ଭ କରି ନିଜ ଜନ୍ମଦିନର ଭେଟି ପ୍ରଦାନ କରିଛନ୍ତି I ଏହି ଯୋଜନା ରାଜ୍ୟ ର ପ୍ରାୟ ଏକ କୋଟି ମହିଳା ଙ୍କ ସଶକ୍ତିକରଣ ଦିଗରେ ଏକ ମୁଖ୍ୟ ଭୂମିକା ତୁଲାଇବ I ଯାହାକି ମହିଳା ମାନଙ୍କୁ ଅର୍ଥନୈତିକ ସ୍ତରରେ ଆତ୍ମନିର୍ଭରଶୀଳ କରିବା ସଂଗେ ସ୍ବାବଲମ୍ବୀ ମଧ୍ୟ କରିବ I ଏହି ଯୋଜନା ଅଧୀନ ରେ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ଙ୍କୁ ମଙ୍ଗଳବାର ଠାରୁ ଆଗାମୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ପ୍ରତିବର୍ଷ ଦଶ ହଜାର ଟଙ୍କା ଲେଖାଏଁ ପଚାଶ ହଜାର ଟଙ୍କା ପ୍ରଦାନ କରାଯିବ । ଏହି ସହାୟତା ମହିଳାମାନେ ନିଜର ଓ ପରିବାର ର ଶିକ୍ଷା,ସ୍ୱାସ୍ଥ୍ୟ ଓ ଜୀବନଜୀବିକା ପାଇଁ ବିନିଯୋଗ କରିପାରିବେ । ଏହି ପରିପ୍ରେକ୍ଷୀ ସମ୍ବଲପୁର ଜ଼ିଲ୍ଲା ରେ ଏକ ଜିଲ୍ଲାସ୍ତରୀୟ ସମାରୋହ ତପସ୍ୱିନୀ ସମ୍ମିଳନୀ କକ୍ଷଠାରେ ଆୟୋଜନ କରାଯାଇଥିଲା । ଉକ୍ତ ସମାରୋହ ରେ ଶ୍ରୀ ହିମାଂଶୁ ଲାଲ ପୋଲିସ ଆଇଜି (ଉତ୍ତରାଞ୍ଚଳ ରେଞ୍ଜ), ଜିଲ୍ଲାପାଳ ସମ୍ବଲପୁର ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର , ଏସ.ଏମ.ସି କମିସନର ଶ୍ରୀ ବେଦଭୂଷଣ, ସମ୍ବଲପୁର ଆରକ୍ଷୀ ଅଧିକ୍ଷକ ଶ୍ରୀ ମୁକେଶ ଭାମୁ ପ୍ରମୁଖ ଯୋଗ ଦେଇଥିଲେ । ସ୍ଥାନୀୟ ଲୋକ ପ୍ରତିନିଧି, ମିଶନ ଶକ୍ତି, ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଉପସ୍ଥିତ ରହି ଆଭାସୀ ମଧ୍ୟମରେ ରାଜ୍ୟ ସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ଅତିଥି ମାନଙ୍କ ଦ୍ଵାରା ଦୀପ ପ୍ରଜ୍ବଳନ କରି । ପ୍ରାରମ୍ଭରେ ସମ୍ବଲପୁର ମହାନଗର ନିଗମ ର କମିଶନର ଶ୍ରୀ ବେଦଭୂଷଣ ସ୍ୱାଗତ ଭାଷଣ ଦେଇଥିଲେ ପରେ ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର ନିଜ ଅଭିଭାଷଣ ରେ ଉପସ୍ଥିତ ଯୋଗ୍ୟ ହିତାଧିକାରୀ ଙ୍କୁ ପାଇଥିବା ସହାୟତା ର ସଦୁପଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ଆଉ ମଧ୍ୟ କହିଥିଲେ ଯେ, ଏହି ଯୁଗାନ୍ତକାରୀ ଯୋଜନାରେ ଓଡ଼ିଶାର ମା’ ମାନଙ୍କ ବ୍ଯାଙ୍କ ଖାତାକୁ ଡିବିଟି ଜରିଆରେ ସିଧାସଳଖ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି ଯାହାକୁ କି ସେମାନେ ନିଜର ଆବଶ୍ୟକତା ଅନୁଯାୟୀ କ୍ଷୁଦ୍ର ବ୍ୟବସାୟ, ଘରୋଇ ଉଦ୍ୟୋଗ ଭଳି କ୍ଷେତ୍ରରେ ବିନିଯୋଗ କରିପାରିବେ। ଜିଲ୍ଲା ପ୍ରଶାସନ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାଙ୍କୁ ସଚେତନ କରିବା ସହ ସମସ୍ତ ଯୋଗ୍ୟ ହିତାଧିକାରଙ୍କୁ ବିନା ମୂଲ୍ୟରେ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ସଂକଲ୍ପବୋଧ । ଆଜି ର ଏହି ଗୌରବମୟ ଦିନ ରେ ମୁକ୍ତା ଯୋଜନା ରେ ରାଜ୍ୟ ସ୍ତରୀୟ ପୁରସ୍କୃତ ଆକୃତି ସ୍ୱୟଂ ସହାୟକ ଗୋଷ୍ଠୀ, ପୁନମ ସ୍ୱୟଂ ସହାୟକ ଗୋଷ୍ଠୀ , ସାଥି କାବେରୀ ସ୍ୱୟଂ ସହାୟକ ଗୋଷ୍ଠୀ କିପରି ସରାକାରି ସହାୟତା କୁ ବିନିଯୋଗ କରି ନିଜକୁ ଆର୍ଥିକ କ୍ଷେତ୍ର ରେ ଆତ୍ମନିର୍ଭର କରିପାରିଛନ୍ତି ସେ ବିଷୟରେ ନିଜର ସଫଳତା ର କାହାଣୀ ବର୍ଣ୍ଣନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ଡେପୁଟି କମିଶନର ସୁଭଦିପ୍ତା ମହାନ୍ତି ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ର ଶେଷରେ ସମ୍ବଲପୁର କୁ ସ୍ଵଚ୍ଛ ଓ ସୁନ୍ଦର କରିବା ପାଇଁ ସମସ୍ତେ ସ୍ଵଚ୍ଛତା ର ଶପଥ ପାଠ କରିଥିଲେ ଏବଂ ଏହି ଉଦ୍ଦେଶ୍ୟ ରେ ନାଟ୍ୟ କଳାକାର ଙ୍କ ଦ୍ୱାରା ଏକ ସ୍ୱଛତା ର ନୁକ୍କଡ ନାଟକ ର ମଧ୍ୟ ପରିବେଷଣ କରାଯାଇଥିଲା ।//