ସମ୍ବଲପୁର ଜିଲ୍ଲା ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପୋଷାକ ବିତରଣ ରେ ମଧୁଚନ୍ଦ୍ରିକା..!
ସମ୍ବଲପୁର//,୨୦/୦୯//(ଉତ୍କଳ ସମାଚାର)//,(ସରୋଜ ସାହୁ)://ସମ୍ବଲପୁର ଜିଲ୍ଲାର ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଛାତ୍ର ଛାତ୍ରୀଙ୍କ ପାଇଁ ପୋଷାକ ବିତରଣ କରିବାକୁ ସରକାରଙ୍କ ଆଦେଶକୁ ଖାତିରି ନକରି କିଛି ପ୍ରଶାସନିକ ଅଧିକାରୀ ମଧୁଚନ୍ଦ୍ରିକା କରିଥିବା ଅଭିଯୋଗ ହୋଇଛି I ଯାହା ଫଳରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ଯାଉଛି ବୋଲି ଆଜି ଜିଲ୍ଲା ନିଖିଲ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘ ତରଫରୁ ଏକ ପତ୍ରଦେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରାଯାଇଛି I ସେପରି ଅନ୍ୟପକ୍ଷେ ନିଖିଲ ଓଡିଶା ରାଜ୍ୟ ପ୍ରାଥମିକ ଶିକ୍ଷକ ସଙ୍ଘ ତରଫରୁ ମଧ୍ୟ ରାଜ୍ୟ ଶିକ୍ଷା ପ୍ରକଳ୍ପ ଅଧିକାରୀଙ୍କୁ ଅଭିଯୋଗ କରାଯାଇଛି I ପ୍ରାପ୍ତ ସୂଚନା ରୁ ଜଣାଯାଏ ଯେ ରାଜ୍ୟ ସରକାରଙ୍କ ପତ୍ର ନଂ ୬୧୧୪ ତା.୦୪.୦୭.୨୦୨୪ ଅନୁସାରେ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପୋଷାକ ବିତରଣ ପାଇଁ ସେହି ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଦାୟିତ୍ବ ଦିଆଯିବ ‘ଯେଉଁମାନେ ପୋଷାକ ନିଜେ ତିଆରି କରୁଥିବେ I କିନ୍ତୁ ସମ୍ବଲପୁର ଜିଲ୍ଲାରେ ଉପରୋକ୍ତ ନିୟମ ବ୍ୟତିକ୍ରମ ହୋଇଛି, ଯାହାକି ସ୍ୱୟଂ ସହାୟକ ଗୋଷ୍ଠୀ ଓ କେତେକ କପଡ଼ା ଦୋକାନ ବିଦ୍ୟାଳୟରେ ପୋଷାକ ବାଂଟୁଛନ୍ତି । ଯାହା ଫଳରେ ସରକାରଙ୍କ ଜି.ଏସ୍.ଟି. କର ରାଜକୋଷକୁ ଯାଇପାରୁ ନାହିଁ । ପୁଣି ସ୍ବୟଂ ସହାୟକ ଗୋଷ୍ଠୀମାନେ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଧମକ ଚମକ ଦେଇ ପୋଷାକ ନେବାକୁ ବାଧ୍ଯ କରୁଛନ୍ତି ଓ ପ୍ରଶାସନ ଭୟ ଦେଖାଉଛନ୍ତି । ଯହାଦ୍ୱାରା ଶିକ୍ଷା ପରିବେଶ ନଷ୍ଟ ହେଉଛି । ପ୍ରକାଶ ଥାଉକି ସ୍ୱୟଂ ସହାୟକ ଗୋଷ୍ଠୀ ଯୋଗାଉଥିବା ପୋଷାକ ଗୁଣବତା ନାହିଁ । ଜିଲ୍ଲା ଶିକ୍ଷା ବିଭାଗର ଖାମଖିଆଲି ନୀତି ଓ ଅବହେଳା ଯୋଗୁଁ ପ୍ରାଥମିକ ଶିକ୍ଷକମାନେ ପଦୋନ୍ନତି ଭଳି ପ୍ରାଥମିକ ଅଧିକାରରୁ ବଂଚିତ ହେଉଛନ୍ତି। ଯାହା ଫଳରେ ଶିକ୍ଷକ ମାନଙ୍କ ମନୋବଳ ଭାଙ୍ଗି ଯାଉଛି ଓ ଶିକ୍ଷାର ଉନ୍ନତିରେ ବାଧକ ସୃଷ୍ଟି ହେଉଛି। ଅଧିକାଂଶ ଜିଲ୍ଲା ଚାରୋଟି ପଦୋନ୍ନତି ନେବା ବେଳେ ସମ୍ବଲପୁର ଜିଲ୍ଲା ଦୁଇଟି ପଦୋନ୍ନତିରେ ଅଟକି ରହିଛି । ଏଥି ଘଟଣା ର ଯଥାଶୀଘ୍ରଏହାର ତଦନ୍ତ କରି ସମ୍ବଲପୁର ଶିକ୍ଷକ ମାନଙ୍କର ପ୍ରାଥମିକ ଅଧୂକାର ପଦୋନ୍ନତି ପାଇବାର ସୁବ୍ୟବସ୍ଥା କଲେ ଶିକ୍ଷିକ ମାନଙ୍କର ମନୋବଳ ସୁଦୃଢ଼ ହେବ ବୋଲି ସଙ୍ଘ ତରଫରୁ ଏକ ପ୍ରେସ ବିଜ୍ଞପ୍ତି ଜରିରେ ପ୍ରକାଶ କରାଯାଇଛି I
