ବାଣିଜ୍ୟମନୋରଞ୍ଜନମହାନଗରମୁଖ୍ୟ ଖବରରାଜନୀତିରାଜ୍ୟ

ନୂଆଁଖାଇ ଭେଟଘାଟ ପାଇଁ ସମ୍ବଲପୁର ୟୁଥ ର ପ୍ରସ୍ତୁତି ବୈଠକ I

ସମ୍ବଲପୁର,//୨୦/୦୯//(ଉତ୍କଳ ସମାଚାର),//(ସରୋଜ ସାହୁ)//:ପଶ୍ଚିମ ଓଡିଶା ର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ସମ୍ପନ୍ନ ହେଲା ପରେ ଦେଶ ବିଦେଶ ରେ ବର୍ତ୍ତମାନ ଆୟୋଜନ ହେଉଛି ନୂଆଁଖାଇ ଭେଟଘାଟ । ବିଭିନ୍ନ ଅନୁଷ୍ଠାନ ପ୍ରତିଷ୍ଠାନ ସଂଗଠନ ପକ୍ଷରୁ ଭିନ୍ନ ଭିନ୍ନ ଆକାର ପ୍ରକାର ରେ ନୂଆଁଖାଇ ଭେଟଘାଟ କାର୍ଯ୍ୟାକ୍ରମ ମାନ ଆୟୋଜିତ ହୋଇଆସୁଛି । ବିଗତ ୧୪ ବର୍ଷ ଧରି ମକର ସଂକ୍ରାନ୍ତି ସମୟ ରେ ଭଵ୍ୟତା ଓ ସଫଳତା କାଇଟ ଫେଷ୍ଟିଭାଲ କରିଆସୁଥିବା ସମ୍ବଲପୁର ୟୁଥ ଗତ ବର୍ଷ ଠାରୁ ଆରମ୍ଭ କରିଛି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ । ଏବର୍ଷ ମଧ୍ୟ ସମ୍ବଲପୁର ୟୁଥ ପକ୍ଷରୁ ସ୍ଥାନୀୟ ଧନକଉଡ଼ା ପଡିଆ ଠାରେ ଆସନ୍ତା ୨୨ ତାରିଖ ରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି । ଏଥିପାଇଁ କିଛିଦିନ ହେଲାଣି ପ୍ରସ୍ତୁତି ସହ ପ୍ରଚାର ପ୍ରସାର ମଧ୍ୟ ଆରମ୍ଭ ହେଲାଣି I ଶୁକ୍ରବାର କାର୍ଯ୍ୟକ୍ରମ ସ୍ଥଳ ରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ର ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସମ୍ବଲପୁର ୟୁଥ ର ସଭାପତି ରିକନ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ ହୋଇଥିବା ଏହି ପ୍ରସ୍ତୁତି ବୈଠକ ରେ କାର୍ଯ୍ୟକ୍ରମ ର ସମସ୍ତ ଦିଗ ଉପରେ ଆଲୋଚନା ହୋଇଥିଲା । ସମ୍ବଲପୁର ୟୁଥ ର ଏହି ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ରେ ଯୋଗ ଦେବା ପାଇଁ ସେଦିନ ସନ୍ଧ୍ୟାରେ ଓଡିଶା ସରକାର ଙ୍କର ୪ ଜଣ କ୍ୟାବିନେଟ ମନ୍ତ୍ରୀ ସମ୍ବଲପୁର ଗସ୍ତ ରେ ଆସୁଛନ୍ତି । ରାଜସ୍ବ ଓ ବିପର୍ଯ୍ୟସ୍ତ ପରିଚାଳନା ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀ, ଖଣି, ଇସ୍ପାତ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନା , ଆଇନ, ଅବକାରୀ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ ଏବଂ ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀଯୁକ୍ତ ରବି ନାରାୟଣ ନାୟକ ଙ୍କ ସମେତ ଅଞ୍ଚଳ ର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ସେଦିନ ସନ୍ଧ୍ୟା ରେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟା ରେ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସମ୍ବଲପୁର ସହର ଓ ସମ୍ବଲପୁର ବାହାରୁ ନିମନ୍ତ୍ରିତ ହୋଇଥିବା ଅନେକ ଖ୍ୟାତି ସମ୍ପନ୍ନ କଳାକାର ମାନେ ନିଜ ନିଜର କଳା ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *