Uncategorizedମହାନଗରମୁଖ୍ୟ ଖବରରାଜ୍ୟ

ବିଜେପିରେ ନେତା ପୁଅ ନେତା ହୁଏନି, କାର୍ଯ୍ୟକର୍ତ୍ତା ହୁଏ: ନଡ୍ଡା

ଭୁବନେଶ୍ଵରେ, ୨୬/୯ (ଉତ୍କଳ ସମାଚାର):: କଂଗ୍ରେସରେ ନେତାଙ୍କ ପୁଅ ନେତା ହୁଅନ୍ତି। ହେଲେ ବିଜେପିରେ ନେତାଙ୍କ ପୁଅ ନେତା ହୁଏନି। ମାଟିରୁ ଆସିଥିବା ବ୍ୟକ୍ତି ନେତା ହୁଏ। ଏଠାରେ ନେତାଙ୍କ ପୁଅ କାର୍ଯ୍ୟକର୍ତ୍ତା ହୁଏ। ବିଜେପିର ସଦସ୍ୟ ସଂଗ୍ରହ ଅଭିଯାନରେ ଯୋଗଦେଇ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏହା କହିଛନ୍ତି। ଭୁବନେଶ୍ଵରେ ଆୟୋଜିତ ସଦସ୍ୟତା ଅଭିଯାନ ଏବଂ ବୁଦ୍ଧିଜୀବୀ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପ୍ରଭାରୀ ସୁନୀଲ ବଂଶଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଏବଂ ବୁଦ୍ଧିଜୀବୀ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *