ମନୋରଞ୍ଜନମୁଖ୍ୟ ଖବରରାଜ୍ୟ

କଳ୍ପତରୁ ଆଶ୍ରମ ରୋଡରେ ଘଟିଥିବା ହତ୍ୟାକାଣ୍ଡ ତଦନ୍ତ ଜାରି

ରାଉରକେଲା,୨୬/୯ (ଉତ୍କଳ ସମାଚାର):ରାଉରକେଲା ଛେଣ୍ଡ କଲୋନୀ ପେଟ୍ରୋଲ ପମ୍ପ ନିକଟ କଳ୍ପତରୁ ଆଶ୍ରମ ରୋଡ ରେ ବୁଧବାର ସନ୍ଧ୍ୟାରେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ଏପର୍ଯ୍ୟନ୍ତ କେହି ଗିରଫ ହୋଇ ନାହାଁନ୍ତି । ପୋଲିସ ବିଭିନ୍ନ ଦିଗରୁ ଅନୁସନ୍ଧାନ ଜାରୀ ରଖିଛି । ଏହି ଘଟଣାରେ ଆହତ ମୃତକ ମହମ୍ମଦ ସାକିର୍ ଙ୍କ ସମ୍ପର୍କୀୟ ମହମ୍ମଦ ଅମିର ଗୁରୁତର ଅବସ୍ଥାରେ ସରକାରୀ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି । ଗତକାଲି ସନ୍ଧ୍ୟାରେ ଉଭୟ ମହମ୍ମଦ ସାକିର ଏବଂ ମହମ୍ମଦ ଆମିର ବାଇକ୍ ରେ କଳ୍ପତରୁ ଆଶ୍ରମ ରୋଡ ରେ ଯାଉଥିଲେ । ଆହତ ଅମିର୍ ଙ୍କ କହିବା ଅନୁଯାୟୀ ତିନିଜଣ ମୁଖା ପିନ୍ଧା ଯୁବକ ସେମାନଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ମହମ୍ମଦ ସାକିର ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା । ଆଜି ପୋଷ୍ଟମର୍ଟମ୍ ପରେ ମହମ୍ମଦ ସାକିରଙ୍କ ମୃତ ଶରୀର ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ମୃତକ ଯୁବକ ଝାଡ଼ଖଣ୍ଡ ଚକ୍ରଧରପୁର ଅଚଂଳର । ସେ ତାଙ୍କ ଶ୍ୱଶୁର ଘର ମାଲ ଗୋଦାମ ଅଚଂଳକୁ ଆସିଥିଲେ । ଶଳା ସହ ବାଇକ୍ ରେ ବୁଲୁ ଥିବା ବେଳେ ଏହି ଆକ୍ରମଣର ଶିକାର ହୋଇଥିଲେ । ଏହି ଘଟଣାରେ ପୋଲିସ କିଛି ଲୋକଙ୍କୁ ଅଟକ ରଖି ପଚରା ଉଚୁରା କରୁଛି ବୋଲି ରାଉରକେଲା ଏସପି ବ୍ରିଜେଶ ରାୟ କହିଛନ୍ତି ।

Leave a Reply

Your email address will not be published. Required fields are marked *