ମହାନଗରମୁଖ୍ୟ ଖବରରାଜ୍ୟ

ରାଉରକେଲା ଶ୍ରମିକ ସଂଘ ଏବଂ ଗାଙ୍ଗପୁର ମଜଦୁର ମଞ୍ଚ ପକ୍ଷରୁ ଇସ୍ପାତ କାରଖାନା ୟୁନିୟନ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ

ରାଉରକେଲା ,୨୩/୧୦(ଉତ୍କଳ ସମାଚାର): ରାଉରକେଲା ଇସ୍ପାତ କାରଖାନା ୟୁନିୟନ ନିର୍ବାଚନ ପାଇଁ ଆଜି ରାଉରକେଲା ଶ୍ରମିକ ସଂଘ (ଆରଏସ୍ଏସ୍) ଏବଂ ଗାଙ୍ଗପୁର ମଜଦୁର ମଞ୍ଚ (ଜିଏମଏମ୍) ଶ୍ରମିକ ସଙ୍ଗଠନ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରାଯାଇଛି। ଆଇଏନଟିୟୁସି ସହବନ୍ଧିତ ଆରଏସ୍ଏସ୍ ଓ ଜିଏମ୍ଏମ୍ ଶ୍ରମିକ ସଙ୍ଗଠନ ପକ୍ଷରୁ ଏକ ଶୋଭାଯାତ୍ରାରେ ଆସି ସେକ୍ଟର-୫ ସ୍ଥିତ କେନ୍ଦ୍ରୀୟ ଆଞ୍ଚଳିକ ଶ୍ରମ ଆୟୁକ୍ତଙ୍କ କାର୍ଯ୍ଯାଳୟରେ ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା। ଏହି ଶୋଭାଯାତ୍ରାରେ ରାଉରକେଲା ଶ୍ରମିକ ସଂଘର  ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା, ଗାଙ୍ଗପୁର ମଜଦୁର ମଞ୍ଚର ସଭାପତି ଜର୍ଜ ତିର୍କୀଙ୍କ ସମେତ ଗୋପାଳ ଦାସ, ଦିଲ୍ଲୀପ ମହାପାତ୍ର, ଆର୍ କେ ପଣ୍ଡା, ସଞ୍ଜୟ ପଣ୍ଡା, ସୋଲେମାନ କାଣ୍ଡୁଲନା, ଅକ୍ଷୟ ଜେନା, ନିହାର ଦାସ ଆର୍ ସି ଦତ୍ତ, ଏସ୍ ସି ପାଣିଗ୍ରାହୀ, ବି କେ ଶ୍ରୀଧରନ୍, ମଙ୍ଗଲ ଏକ୍କା, ରାଜେଶ ତିର୍କୀ, ସନ୍ତୋଷ କୁଜୁର, ଆର ଏନ୍ ଭୁତିଆ, ରମାକାନ୍ତ ପରିଡା, ଦୁସା ନାୟକ, ସୌମ୍ୟା ଧଳ, ବିକାଶ ବେହୁରିଆ, ମନୋଜ କିଶାନ, ଦିଲ୍ଲୀପ ମଲ୍ଲିକ, ଅହଲ୍ଯା ପୃଷ୍ଟି, ପି କେ ପଣ୍ଡା, ରୁଦ୍ର ବେହେରା ପ୍ରମୁଖ ଏହି ଶୋଭାଯାତ୍ରାରେ ଉପସ୍ଥିତ ରହି, ସେକ୍ଟର-୫ କେନ୍ଦ୍ରୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ଯାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

Leave a Reply

Your email address will not be published. Required fields are marked *