ଡି.ଏ.ଭି ଜୋନାଲ କରାଟେ ଚାମ୍ପିୟନସିପ ରାଉରକେଲା ର ୫ ସ୍ଵର୍ଣ ପଦକ ହାସଲ
ରାଉରକେଲା, ୨୩/୧୦(ଉତ୍କଳ ସମାଚାର): ଝାରସୁଗୁଡା ସ୍ଥିତ ଡି.ଏ.ଭି ପବ୍ଲିକ ସ୍କୁଲ ଠାରେ ଗତ ୨0 ରିଖ ରେ ଡି.ଏ.ଭି ଜୋନାଲ ମାର୍ଟିଆଲ ଆର୍ଟ ଚାମ୍ପିୟନସିପ ଅନୁଷ୍ଠିତ ହୋଇ ଯାଇଅଛି l ଏହାର କରାଟେ ଶୃଙ୍ଖଳ ରେ ଓଡ଼ିଶାରେ ଥିବା ୩୮ ଟି ଡି.ଏ.ଭି ସ୍କୁଲ ରୁ କ୍ଲଷ୍ଟର ସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ୧୨0 ଜଣ କରାଟେକା ଏହି ଜୋନାଲ କରାଟେ ଚାମ୍ପିୟନସିପ ରେ ଅଂଶଗ୍ରହଣ କରିଥିଲେ l ଏଥିରେ ରାଉରକେଲା ସ୍ଥିତ ଡ଼କ୍ଟର ଏ.ଏନ.କେ ଡି.ଏ.ଭି ପବ୍ଲିକ ସ୍କୁଲ ରୁ ୫ ଜଣ କରାଟେକା ଅର୍ଣ୍ଣଦିତ୍ୟା ସ୍ୱାଇଁ, ଆର୍ଯ୍ୟା ବଂଶୀକା, ସୁହାନି ମିଶ୍ର, ସମ୍ଭବ ପଣ୍ଡା ଓ ପୁଲକ ପାଢି ଏହି ଚାମ୍ପିୟନସିପ ରେ ଅଂଶଗ୍ରହଣ କରି ସମସ୍ତେ ନିଜ ବୟସ ବର୍ଗ ର କୁମିତେ ରେ ଗୋଟିଏ ଲେଖାଏଁ ସ୍ଵର୍ଣ ପଦକ ସହ ମୋଟ ୫ଟି ସ୍ଵର୍ଣ ପଦକ ହାସଲ କରିଛନ୍ତି,ଆଜି କୃତି ପ୍ରତିଯୋଗୀ ଙ୍କୁ ସ୍କୁଲ ର ପ୍ରିନସିପାଲ ଶ୍ରୀ ଏଲ.ଏନ ପ୍ରଧାନ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ, କ୍ରୀଡା ପ୍ରଶିକ୍ଷକ ଶ୍ରୀ ଦୁଷ୍ମନ୍ତ କୁମାର ବେହେରା ଉପସ୍ଥିତ ଥିଲେ ଏହି ସମସ୍ତ କରାଟେକା ରାଉରକେଲା ଉତ୍କଳ କରାଟେ ସ୍କୁଲ ଠାରେ ଜାତୀୟ ଓ ଅନ୍ତର୍ଜାତୀୟ ପଦକ ପ୍ରାପ୍ତ ତଥା ଏସିୟ କରାଟେ ଜଜ ରାଜୀବ ସିଂ ଙ୍କ ପାଖରେ କରାଟେ ପ୍ରଶିକ୍ଷଣ ନେଉଛନ୍ତି l