ରାଉରକେଲା:6//10,(ଉତ୍କଳ ସମାଚାର)ଭୁବନେଶ୍ୱର: ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆ ତରଫରୁ ୩୩ ତମ ବିଶ୍ବ ଗୁରୁ ଦିବସ ପାଳନ ଓ ପ୍ରତିଭା ଉତ୍ସବ ୨୦୨୬ ଭୁବନେଶ୍ୱର ସ୍ଥିତ ହୋଟେଲ ଚନ୍ଦନ ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ସଭାପତିତ୍ବ କରିଥିଲାବେଳେ ବେଳେ ଅତିଥି ଭାବେ ସମାଜସେବୀ ସୁରେଶ ପଣ୍ଡା, ରାଜ୍ୟ ପାଇକ ଆଖଡ଼ା ସଂଘ ର ସଭାପତି ଡ ପ୍ରକାଶ ଶ୍ରୀଚନ୍ଦନ,ଡୁଡୁନ ଫାଉଣ୍ଡେସନର ଅଧ୍ୟକ୍ଷା ଡ ବନ୍ଦନା ହରିଚନ୍ଦନ, ଶିକ୍ଷାବିତ୍ ହୋଲି ଯିଶୁସ ସ୍କୁଲ ଯାଜପୁରର ଅଧ୍ୟକ୍ଷା କାମିନୀ ନାୟକ,ନର୍ଚ୍ଚନା ସାହିତ୍ୟ ସଂସଦ ଯାଜପୁରର ସଭାପତି ଭକ୍ତ ସାହୁ, ବିଶିଷ୍ଟ ସାହିତ୍ୟିକ ପ୍ରାକ୍ତନ ରାଜ୍ୟପାଳଙ୍କ ଲୋକ ସମ୍ପର୍କ ଅଧିକାରୀ ରକ୍ଷକ ନାୟକ, ସାହିତ୍ୟିକ ରଶ୍ମି ନାୟକ, ବ୍ରହ୍ମପୁର ଷ୍ଟେଟ ବ୍ୟାଙ୍କ ଇଣ୍ଡିଆ ର ମହାପ୍ରବନ୍ଧକ ଜ୍ୟୋତିରଞ୍ଜନ ରାଉତ,କୋଲ ଇଣ୍ଡିଆ ର ପ୍ରାକ୍ତନ ମହାପ୍ରବନ୍ଧକ ଲକ୍ଷ୍ମୀକାନ୍ତ ମିଶ୍ର, ସଂଗୀତ ବିଶାରଦ ସଞ୍ଜୁକ୍ତା ଷଡ଼ଙ୍ଗୀ, ଶିକ୍ଷାବିତ ପବିତ୍ର ମହଲା,ଅଲ ଇଣ୍ଡିଆ ରେଡିଓର ପ୍ରାକ୍ତନ କର୍ମକର୍ତ୍ତା ଆହ୍ଲାଦିନୀ ହୋତା ପ୍ରମୁଖ ଯୋଗଦେଇ ବିଶ୍ବ ଗୁରୁ ଦିବସ ପାଳନର ଆଭିମୁଖ୍ୟ ସହ ସଂସ୍କୃତି ଓ ପରମ୍ପରା ଉପରେ କାର୍ଯ୍ୟକ୍ରମ ସହ ବିଭିନ୍ନ ପ୍ରତିଭାକୁ ଲୋକଲୋଚନରେ ଆଣିବାରେ ଅନୁଷ୍ଠାନ ସହାୟକ ହୋଇଥିବାରୁ ସାଧୁବାଦ ଦେଇଥିଲେ। ଗଣେଶ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷା କ୍ଷେତ୍ର, ସାହିତ୍ୟିକ, ସଂଗୀତ,ଅଭିନୟ, ସମାଜସେବା ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିବିଶେଷଙ୍କୁ ସର୍ବଶ୍ରେଷ୍ଠ ଗୁରୁ ସମ୍ମାନ,ମଦର ଟେରେସା ସେବା ସମ୍ମାନ,ଡ ଅବଦୁଲ କଲାମ ଆକ୍ଚିଭର ସମ୍ମାନ ରେ ସମ୍ମାନିତ କରାଯାଇଥିଲା । ପ୍ରାରମ୍ଭରେ ଅଧ୍ୟକ୍ଷତା କରିଥିବା ଶ୍ରୀ ରାଉତ ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମ ଓ ଅଧ୍ୟକ୍ଷ ଶ୍ରୀ ପଣ୍ଡା ବିଶ୍ବ ଗୁରୁଦିବସ ପାଳନ ସହ ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସେହିପରି ସମ୍ବର୍ଦ୍ଧିତ ବ୍ୟକ୍ତିତ୍ଵ ମାନେ ନିଜର ଅଭିଜ୍ଞତା ସହ ଅନୁଭୂତି ବାଣ୍ଟିଥିଲେ। ରାଜ୍ୟର ଅନ୍ୟତମ ଉଦଘୋଷକ କୈଳାଶ ପାତ୍ର ଓରଫ କେପି ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ସର୍ବଶ୍ରୀ ଟି କେ ମିଶ୍ର, ଅଧ୍ୟାପିକା ଜ୍ୟୋସ୍ନାରାଣୀ ପଣ୍ଡା, ଅଧ୍ୟାପିକା ସୁପର୍ଣ୍ଣା ପଟେଲ, ଶିକ୍ଷାବିତ ସରସ୍ଵତୀ ବାରିକ,ମୀନା ଦାସ, ଲିଙ୍ଗରାଜ କୋଡା ମାନସିଂହ, ପ୍ରମୋଦ ଦାସ,ବିମଲ ପଟ୍ଟନାୟକ, ବଂଶୀଧର ମହାପାତ୍ର, ସରୋଜ ସାହୁ, ଭଗବାନ ଦାସ, ମୃତ୍ୟୁଞ୍ଜୟ ମହାନ୍ତି,ଯାଇନାବ ଉମାଜା, ସରୋଜ ନନ୍ଦ ପ୍ରମୁଖଙ୍କ ସମେତ ବହୁ ପ୍ରତିଭାଧାରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଖୁସି ରାଉତ , ତୁଷାର ସାହୁ ସହଯୋଗ କରିଥିଲେ। ଶେଷରେ ଶ୍ରୀ ପଣ୍ଡା କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

