ସମ୍ବଲପୁର,୦୬/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଆସନ୍ତା ଅକ୍ଟୋବର ୧୫ରେ ରାଜ୍ୟର କଲେଜଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଘୋଷଣା ହୋଇଛି। ଏହାକୁ ସ୍ୱାଗତ କରି ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପରିସରରେ ଏବିଭିପି ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି।ଏବିଭିପି କାର୍ଯ୍ୟକର୍ତ୍ତାମାନେ ବାଜା ବଜାଇ ଓ ଫଟକା ଫୁଟାଇ ଉତ୍ସବ ପାଳନ କରିଥିଲେ। ଏଥିରେ ୧୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।ଗତ ୮ ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ କରାଇବା ପାଇଁ ଦାବି କରିବା ସହ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ପାଇଁ ଏବିଭିପି ଲଢ଼େଇ କରିଆସୁଥିବା କାର୍ଯ୍ୟକର୍ତ୍ତାମାନେ କହିଛନ୍ତି। ନିର୍ବାଚନ ଘୋଷଣାକୁ ସ୍ୱାଗତ କରି ସେମାନେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି। ଦୀର୍ଘ ବର୍ଷ ପରେ ଛାତ୍ର ପ୍ରତିନିଧି ବାଛିବାର ସୁଯୋଗ ମିଳିଥିବାରୁ କ୍ୟାମ୍ପସରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି

