ରାଉରକେଲା,7//10,(ଉତ୍କଳ ସମାଚାର) ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ( ଏସଆଇଆର) ପ୍ରକ୍ରିୟା ସମାପ୍ତ ହୋଇ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ତେବେ ଏହି ଚୂଡ଼ାନ୍ତ ଭୋଟର ତାଲିକାରୁ କୌଣସି କାରଣବଶତଃ ବାଦ ପଡ଼ିଥିବା ଯୋଗ୍ୟ ନାଗରିକ ଏବଂ ନୂତନ ଯୋଗ୍ୟ ଯୁବ ଭୋଟରଙ୍କ ନାମ ଭୋଟର ତାଲିକାରେ ସାମିଲ କରିବା ପାଇଁ ସ୍ୱତନ୍ତ୍ର କ୍ୟାମ୍ପ ଆୟୋଜନ କରାଯାଉଛି।ଏଥିପାଇଁ ରଘୁନାଥପାଲି ଓ ରାଉରକେଲା ନିର୍ବାଚନମଣ୍ଡଳୀର ସମସ୍ତ ବୁଥରେ ଆସନ୍ତା ୭, ୮ ଓ ୯ ଅକ୍ଟୋବର ତାରିଖରେ ସ୍ୱତନ୍ତ୍ର କ୍ୟାମ୍ପ ଅନୁଷ୍ଠିତ ହେବ। ୭ ଅକ୍ଟୋବରରୁ ପ୍ରତ୍ୟେକ ବୁଥରେ ବୁଥ ସ୍ତରୀୟ ଅଧିକାରୀ (BLO)ମାନେ ଅପରାହ୍ନ ୨ଟାରୁ ୩ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଉପସ୍ଥିତ ରହିବେ।ଏହି କ୍ୟାମ୍ପରେ SIR ପ୍ରକ୍ରିୟାରେ ଭୋଟର ତାଲିକାରୁ ବାଦ ପଡ଼ିଥିବା ଯୋଗ୍ୟ ନାଗରିକ ଏବଂ ନୂତନ ଯୋଗ୍ୟ ଭୋଟରମାନେ ନିଜ ନିଜ ବୁଥକୁ ଯାଇ ଫର୍ମ-୬ ମାଧ୍ୟମରେ ଭୋଟର ତାଲିକାରେ ନାମ ସାମିଲ ପାଇଁ ଆବେଦନ କରିପାରିବେ।ଏହା ବ୍ୟତୀତ, ନାଗରିକମାନେ ସମ୍ପୃକ୍ତ ଅନଲାଇନ୍ଭୋ ଟର ସେବା ପୋର୍ଟାଲ ମାଧ୍ୟମରେ ମଧ୍ୟ ନୂତନ ଭୋଟର ଭାବେ ନାମ ପଞ୍ଜୀକରଣ ପାଇଁ ଆବେଦନ କରିପାରିବେ।ଯୋଗ୍ୟ ନାଗରିକମାନେ ଏହି ସୁଯୋଗର ସଦୁପଯୋଗ କରି ନିଜ ନାମ ଭୋଟର ତାଲିକାରେ ସାମିଲ କରାଇବାକୁ ଅନୁରୋଧ କରାଯାଉଛି। ରଘୁନାଥପାଲି ନିର୍ବାଚନୀ ମଣ୍ଡଳୀ ପାଇଁ ସହାୟତା ମୋବାଇଲ ନମ୍ବର ହେଉଛି
