ସମ୍ବଲପୁର,୦୭/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ଆସନ୍ତା ୮ ତାରିଖରେ ଓଡ଼ିଶା କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପୀ ବନ୍ଦ ପାଳନ କରାଯିବ। ସେହି ଦିନ ରେଢ଼ାଖୋଲ ଟାଉନ୍ ହଲ୍ରେ ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୃହ ପ୍ରବେଶ କାର୍ଯ୍ୟକ୍ରମ ରହିଥିବାରୁ, ଏହାକୁ ରେଢ଼ାଖୋଲ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି। ଏନ୍ଏସିସ୍ଥିତ ଭୀମଭୋଇ କଲ୍ୟାଣ ମଣ୍ଡପରେ ବୁଧବାର ରେଢ଼ାଖୋଲ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ସେଠାରେ ଦଳୀୟ ନେତାମାନେ ଆସନ୍ତାକାଲିର ରାଜ୍ୟବ୍ୟାପୀ ବନ୍ଦ ଏବଂ ସେହି ଦିନ ରେଢ଼ାଖୋଲରେ ହେବାକୁ ଥିବା ସାଂସଦଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ନିଜ ମତ ରଖିଥିଲେ। ବନ୍ଦ ଦିନରେ ଏହି କାର୍ଯ୍ୟକ୍ରମ ଆୟୋଜନକୁ ନେଇ ଦଳ ପକ୍ଷରୁ ଆପତ୍ତି ପ୍ରକାଶ କରାଯାଇଥିଲା।ସାମ୍ବାଦିକ ସମ୍ମିଳନୀରେ ହରେଶ କର୍ଣ୍ଣ, ଅମରେଶ ପ୍ରଧାନ, ପଦ୍ମଲୋଚନ ବିଶି, ରଞ୍ଜନ ରାଉତ ଓ ଅମରେଶ ନାଏକଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ I
