ସମ୍ବଲପୁର,୦୭/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ‘ସ୍ୱଚ୍ଛତା ହିଁ ସେବା’ ଏବଂ ସ୍ୱଚ୍ଛତା ଶପଥ ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଏନ୍ଏସ୍ଏସ୍ ୟୁନିଟ୍, ୟୁଥ୍ ରେଡ୍କ୍ରସ୍ ଶାଖା ଓ ରେଡ୍ ରିବନ୍ କ୍ଲବ୍ର ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଅଧ୍ୟକ୍ଷ ସୁଧୀର କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଚେତନତା ସଭାରେ ଅଧ୍ୟାପିକା ଡଃ ଆର୍. ପୁଷ୍ପାଞ୍ଜଳି, ଅଧ୍ୟାପକ ଦେବେଶ କୁମାର ବିଶ୍ୱାଳ, ସୁଭାଷ ଚନ୍ଦ୍ର ଚେହେରା, ଅଧ୍ୟାପିକା ଲିଟିନା ପ୍ରିୟଦର୍ଶିନୀ, ଅଧ୍ୟାପକ ବିନୋଦ ବିହାରୀ ପ୍ରଧାନ, ହିମାଂଶୁ ବାରିକ ଓ ବିଭୂତି ସାହୁ ସ୍ୱଚ୍ଛତାର ଭୂମିକା, ଏହାର ଆବଶ୍ୟକତା ଓ ଉପଯୋଗିତା ସହ ଏନେଇ ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା ଉପରେ ଆଲୋକପାତ କରିଥିଲେ।ଏହି ଅବସରରେ ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀମାନେ ପରିବେଶ ସଫାସୁତୁରା ରଖିବା, ବର୍ଷକୁ ଅତି କମ୍ରେ ୧୦୦ ଘଣ୍ଟା—ପ୍ରତି ସପ୍ତାହରେ ୨ ଘଣ୍ଟା—ସ୍ୱେଚ୍ଛାକୃତ ଭାବେ ସଫେଇ କରିବା, ନିଜେ ଆବର୍ଜନା ନକରିବା ଏବଂ ନିଜ କର୍ମକ୍ଷେତ୍ରରୁ ସଫେଇ ଆରମ୍ଭ କରିବାକୁ ସାମୂହିକ ଶପଥ ନେଇଥିଲେ। ଅଧ୍ୟାପକ ଶେଷଦେବ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ I

