ସମ୍ବଲପୁର,୦୭/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ଆସନ୍ତା ୮ ତାରିଖରେ ଓଡ଼ିଶା ବନ୍ଦ ପାଳନ ପାଇଁ ବୁର୍ଲା ସହର କଂଗ୍ରେସ କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି।କେନ୍ଦ୍ର ସରକାରଙ୍କ ପକ୍ଷରୁ ପାରିତ ଏମ୍ଏମ୍ଡିଆର୍ ବିଲ୍ ଓଡ଼ିଶାର ଆର୍ଥିକ ସ୍ୱାର୍ଥକୁ କ୍ଷତି ପହଞ୍ଚାଇବ ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହି ବିଲ୍କୁ ରଦ୍ଦ କରିବା ସହ ନିର୍ବାଚନରେ ଅନିୟମିତତା ଅଭିଯୋଗକୁ ନେଇ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରାଯାଇଛି। ଏହାସହ ରାଜ୍ୟର ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ଭୁଲ୍ ତଥ୍ୟ ଛପାଯାଇଥିବା ଅଭିଯୋଗ କରି ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ମଧ୍ୟ ଦାବି କରିଛି ଦଳ।ଏହି ଦାବିଗୁଡ଼ିକ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ପକ୍ଷରୁ ୮ ତାରିଖ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି। ବନ୍ଦକୁ ସଫଳ କରିବା ପାଇଁ ବୁର୍ଲା ସହରବାସୀଙ୍କୁ ସହଯୋଗ କରିବାକୁ ନଗର କଂଗ୍ରେସ ପକ୍ଷରୁ ଅନୁରୋଧ କରାଯାଇଛି I

