କେନ୍ଦୁଝର,7//10,(ଉତ୍କଳ ସମାଚାର)ଆଜି ୭ ତାରିଖ ପୂର୍ବାହ୍ନ ୧୦ ଘଟିକାରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଆଭାସୀ ମାଧ୍ୟମରେ ଦେଶର ୭୫୦ଟି ଜିଲ୍ଲା ଏବଂ ରାଜ୍ୟ ମୁଖ୍ୟାଳୟରେ ଉପସ୍ଥିତ ସମବେତ ଜନତାଙ୍କୁ ସିଧାସଳଖ ସମ୍ବୋଧିତ କରିଥିଲେ । ପ୍ରତ୍ୟେକ ଜିଲ୍ଲାର ବିଭିନ୍ନ ସ୍ଥାନରୁ ‘ସେବା ଜ୍ୟୋତି ଯାତ୍ରା’ ବାହାରିବା ପରିପେକ୍ଷୀ ରେ କେନ୍ଦୁଝର ଜିଲ୍ଲା ସଦର ମହକୁମା”ସେବା ଜ୍ୟୋତି ଛକ’ ନିକଟରେ କରାଯାଇଥିଲା ‘ବିକଶିତ ଭାରତ ସଂକଳ୍ପ ପ୍ରତୀକାତ୍ମକ ସ୍ଥାପନା କରାଯାଇ” ଜିଲ୍ଲା ସଭାପତି ଶୁକଦେବ ମହାନ୍ତ ଙ୍କ ନେତୃତ୍ବ ରେ ବିକଶିତ ଭାରତ ୨୦୪୭’ ପାଇଁ ସାମୂହିକ ସଂକଳ୍ପ ଗ୍ରହଣ କରାଯାଇ ସାମୂହିକ “ବନ୍ଦେ ମାତରମ୍’ ଗାନ କରାଯିବାପରେ ଏକ ବିରାଟ ଶୋଭାଯାତ୍ରା ସହର ପରିକ୍ରମା କରି ଧରଣୀଧର ବିଶ୍ବବିଦ୍ୟାଳୟ ପଡିଆ ରେ ପହଞ୍ଚି ଥିଲା ଏବଂ ଏକ ବିଶାଳ ଜନସମାବେଶ ରେ ସାମୁହିକ ଭାବେ ପ୍ରଧାନମନ୍ତ୍ରୀଙ୍କ ମହାନ ସନ୍ଦେଶ କୁ ଅଭାଷୀ ମାଧ୍ୟମରେ ଉପସ୍ଥିତ ଜନତା ଶ୍ରବଣ ଓ ଉପଭୋଗ କରିଥିଲେ ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଜଣେ ପ୍ରଜାସେବକ ଓ ଜନସେବକ ଭାବେ ସାର୍ବଜନୀନ ଜୀବନ ଓ ଶାସନରେ ୨୫ ବର୍ଷ ସଫଳତାର ସହ ପୁରଣ କରି ଗରିବ, କୃଷକ, ମହିଳା ଓ ଯୁବବର୍ଗଙ୍କ ସଶକ୍ତୀକରଣ ସହ ଜଡିତ ଏହି ୨୫ ବର୍ଷର ନିରନ୍ତର ସେବା, ସୁଶାସନ, ଗରିବକଲ୍ୟାଣ ଓ ବିକାଶ ଗାଥାକୁ ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତି ପାଖରେ ପହଞ୍ଚାଇବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି କହିଥିଲେ ,ଏ ଅବସରରେ ସାଂସଦ ଅନନ୍ତ ନାଏକ , ବିଧାୟକ ଅଖିଳ ନାଏକ ,ବିଧାୟକ ଫକିର ମୋହନ ନାଏକ ଙ୍କ ସମେତ ସମସ୍ତ ନେତୃବୃନ୍ଦ ଉପସ୍ଥିତ ଥିଲେ

