କେନ୍ଦୁଝର:7//10,(ଉତ୍କଳ ସମାଚାର)ଆଜି କେନ୍ଦୁଝର ସଦରମହକୁମା କାଳୀ ପଡିଆ ରେ ଭାରତୀୟ ଜାତୀୟ କଂଗ୍ରେସ ନିଜର ସହଯୋଗୀ ଇଣ୍ଡି ମେଣ୍ଟ ସହିତ ସମ୍ମିଳିତ ଭାବେ ହଜାର ହଜାର ଜନସାଧାରଣ ଙ୍କ ଉପସ୍ଥିତିରେ କେନ୍ଦ୍ର ସରକାରଙ୍କ ଏମଏମଡିଆର କଳା ଆଇନ ବିରୁଦ୍ଧ ରେ ହୁଙ୍କାର ଦେବା ସହିତ ରାଜ୍ୟରେ ଆଗାମୀ ପଂଚାୟତ ଓ ପୌର ନିର୍ବାଚନ ପାଇଁ ଖୋଲା ଚ୍ୟାଲେଞ୍ଜ ଦେଇଛି ,ଜିଲ୍ଲା ସଭାପତି ଇଂ ମନୋଜ କୁମାର ଜେନା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାବେଶ ରେ ଏଆଇସିସି ସଦସ୍ୟ ନବଜ୍ୟୋତି ପଟ୍ଟନାୟକ ,ବିଧାୟକ ତାରାବାହିନୀପତି ,ସିପିଆଇଏମଏଲ ସମ୍ପାଦକ ରାଧାକାନ୍ତ ସେଠୀ, ସିପିଆଇଏମ ସମ୍ପାଦକ ଅଲି କିଶୋର ପଟ୍ଟନାୟକ,ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ,ଜୟଦେବ ଜେନା , ବିଧାୟକ ଲକ୍ଷ୍ମଣ ମୁଣ୍ଡା,ପ୍ରସାଦ ହରିଚନ୍ଦନ ,ସେକ୍ରେଟାରୀ ଏଆଇସିସି ମୟୁର ଜୟକୁମାର ,ଓଡ଼ିଶା ପ୍ରଭାରି ଲାଲଜି ଦେଶାଇ ,ଯଶୋବନ୍ତ ସିଂ ଲାଗୁରି ,ସୁବର୍ଣ ନାଏକ ,ରାମଚନ୍ଦ୍ର କଡାମ ,ସଂଗ୍ରାମ ଦାସ ,ସୁନେଶ ଧୀର ,ବିନୋଦ ନାଏକ ଶୁଭମ ରାଜ ,ସବିତା ସାହୁ ,ପ୍ରତିଭା ମଞ୍ଜରି ନାଏକ ,ଶକୁନ୍ତଳା ଲାଗୁରି ପ୍ରମୁଖ ଉଦ୍ବୋଧନ ଦେଇଥିଲେ

