ସମ୍ବଲପୁର,୦୮/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ‘ନମୋ ସେବା ଗାଥା’ କାର୍ଯ୍ୟକ୍ରମ ଏବଂ ‘ସେବା ସଂକଳ୍ପ ଅଭିଯାନ’ ପାଳନର ଅଂଶସ୍ୱରୂପ ବୁଧବାର ତପସ୍ୱିନୀ ଅଡିଟୋରିୟମରେ ଜିଲ୍ଲାସ୍ତରୀୟ ପଥପ୍ରାନ୍ତ ନାଟକ ପରିବେଷିତ ହୋଇଥିଲା। ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନିୟୋଜିତ ନାଟ୍ୟଦଳ ଏହି ନାଟକ ପରିବେଷଣ କରିଥିଲେ। ସମ୍ବଲପୁର ଜିଲ୍ଲା ପ୍ରଶାସନ ଓ ଭୁବନେଶ୍ୱରର STAGର ସହଯୋଗରେ କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା I

