ସମ୍ବଲପୁର,୦୯/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ଜମନକିରା ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତର ଧାନକ୍ଷେତରେ ପତ୍ରପୋଡ଼ା ଓ ଚକଡ଼ା ପୋକ ଲାଗି ଫସଲ କ୍ଷତିଗ୍ରସ୍ତ ହେଉଥିବା ଏବଂ କୌଣସି ଔଷଧ କାମ କରୁନଥିବା ନେଇ ଗତ ସୋମବାର, ୫ ତାରିଖରେ ଏକ ଖବରକାଗଜରେ ପ୍ରକାଶ ପାଇଥିଲା। ଏହା ପରେ ସମ୍ବଲପୁର କୃଷି ବିଜ୍ଞାନ କେନ୍ଦ୍ରର ଅଧିକାରୀମାନେ ଫାଶୀମାଲ ଅଞ୍ଚଳରେ ପହଞ୍ଚି ଚାଷୀଙ୍କ ଧାନକ୍ଷେତ ପରିଦର୍ଶନ କରିବା ସହ କ୍ଷୟକ୍ଷତିର ଆକଳନ କରିଛନ୍ତି।ଅଧିକାରୀମାନେ ହରମୋହନ ପଟେଲ, ହରିହର ପଟେଲ, ହରି ପ୍ରସାଦ ନାଏକ, ଉମେଶ ଚନ୍ଦ୍ର ପଟେଲ, ଅନୁପ ପଟେଲ, ବୈକୁଣ୍ଠ ପଟେଲ, ପ୍ୟାରୀମୋହନ ପଟେଲ, ପଙ୍କଜ ପଟେଲ, ବଳଦେବ ଯଇପୁରିଆ, ଶ୍ରୀକାନ୍ତ ପଟେଲ, ରଘୁମଣି ଚୌଧୁରୀ ଓ ବିନୟ ନାୟକଙ୍କ ସମେତ ଅନେକ ଚାଷୀଙ୍କ କ୍ଷେତ ପରିଦର୍ଶନ କରିଥିବା ଜଣାପଡ଼ିଛି। ଏହି ପରିଦର୍ଶନ ସମୟରେ ଗ୍ରାମ୍ୟ କୃଷି ଅଧିକାରୀ ଲୀଳାବତୀ ଗଡ଼ନାୟକ ଓ କୃଷକ ସାଥୀ ବାବଲୁ ଧୂରୁଆ ଉପସ୍ଥିତ ଥିଲେ

