ସମ୍ବଲପୁର,୦୯/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ଜମନକିରା ବ୍ଲକ୍ର ଧୁଡ଼ିପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାବର୍ଷ ୨୦୨୬-୨୭ର କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ବିଦ୍ୟାଳୟର ୧୦୩ ଜଣ ଶିକ୍ଷାର୍ଥୀ ଭାଗ ନେଇଥିଲେ।ଉଦ୍ଘାଟନୀ ଉତ୍ସବରେ ଦୋଳଗୋବିନ୍ଦ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସିଆର୍ସିସି ବିକାଶ ରଞ୍ଜନ ପୃଷେଠ, ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁବ୍ରତ କୁମାର ପଟେଲ, ପ୍ରତାପ ପଟେଲ, ସୁକାନ୍ତି ନାଏକ ଓ ସୁଧାଂଶୁ ଚୌଧୁରୀ ମଞ୍ଚାସୀନ ଥିଲେ। ଶିକ୍ଷୟିତ୍ରୀ ସୁପ୍ରିତା ପଟେଲ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ଚିତ୍ରାଙ୍କନ, ରଙ୍ଗୋଲି, ସଙ୍ଗୀତ ଓ କବିତା ଆବୃତ୍ତିରେ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ।ଉଦ୍ଯାପନୀ ଉତ୍ସବରେ ସ୍ଥାନୀୟ ସରପଞ୍ଚ ଅରୁଣ କୁମାର ନାଏକ, ଜିଲ୍ଲା ପରିଷଦ ସଦସ୍ୟା ତନୟା ଧୂରୁଆ ଓ ଦିଲୀପ କୁମାର ପଟେଲ ମଞ୍ଚାସୀନ ଥିଲେ। ସେମାନେ ଶିକ୍ଷାର୍ଥୀଙ୍କୁ ପାଠପଢ଼ା ସହ ନିଜ ଭିତରେ ଥିବା ପ୍ରତିଭାକୁ ଚିହ୍ନି ତାହାର ବିକାଶ କରିବାକୁ ପରାମର୍ଶ ଦେଇଥିଲେ। ସହକାରୀ ଶିକ୍ଷକ ପଙ୍କଜ ପଟେଲ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା।ଆୟୋଜନରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ସନାତନ ନାଏକ, ରଙ୍ଗଲତା ମାରେଇ, କୁଳମଣି ବାଘ, ଖିରୋଦ ବାଘ, ନମିତା କିସାନ, ସରୋଜ ମାଝୀ, ଆରତୀ ବାଘ, ପ୍ରମିଦ ନାଏକ, ଦେବସାଗର ମାଝୀ, ମଣିନ୍ଦ୍ର ଭୋଇଙ୍କ ସମେତ ଅନ୍ୟ ବିଦ୍ୟାଳୟ କର୍ମଚାରୀ ସହଯୋଗ କରିଥିଲେ। ଶେଷରେ ସିଆର୍ସିସି ବିକାଶ ପୃଷେଠ ଧନ୍ୟବାଦ ଜଣାଇଥିଲେ I

