ସମ୍ବଲପୁର,୦୯/୧୦(ଉତ୍କଳ ସମାଚାର),(ସରୋଜ ସାହୁ):କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ରେଙ୍ଗାଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧନକଉଡ଼ା ବ୍ଲକର ଗୋଶାଳା ଅଞ୍ଚଳରେ ଦେଖିବାକୁ ମିଳିଛି। ଗୋଶାଳା ଛକ ସମେତ ଚିପିଲିମା, ଚାଉଁରପୁର ଓ ଚାପାଲିରେ ବନ୍ଦର ପ୍ରଭାବ ପଡ଼ିଥିଲା।ସମ୍ବଲପୁର ଜିଲ୍ଲା ଜୋନ୍-୨ ସଭାପତି ପ୍ରଦୀପ ମିଶ୍ରଙ୍କ ନେତୃତ୍ୱରେ ସକାଳ ୬ଟାରୁ କଂଗ୍ରେସ କର୍ମୀମାନେ ରାସ୍ତା ଅବରୋଧ କରିବା ସହ ବିଭିନ୍ନ ଦୋକାନବଜାର ବନ୍ଦ କରିଥିଲେ। ଏହି ଆନ୍ଦୋଳନକୁ ବିଭିନ୍ନ ଦଳ ସମର୍ଥନ କରିଥିଲେ।ଆନ୍ଦୋଳନରେ ଜାବିର ହୁସେନ, ଉତ୍ତମ ମେହେର, ବେଣୁଧର ନାୟକ, ଭାସ୍କର ମେହେର, କେଶବ ପୋଢ଼, ନେହେରୁ ବାଗ, କାଳିଆ ସ୍ୱାଇଁ, ଏମ୍ଡି ସାଜିଦ, ଧ୍ରୁବ ନାଗ ଓ ଧନଞ୍ଜୟ ନାଗଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ

