ସମ୍ବଲପୁର,୦୯/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ସ୍ୱର୍ଗତ ରାମବିଲାସ ପାସୱାନଙ୍କ ସ୍ମୃତିରେ ଫାଶୀମାଲ ଗ୍ରାମପଞ୍ଚାୟତରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ସମାଜରେ ନ୍ୟାୟ ଓ ସମତା ପ୍ରତିଷ୍ଠା ସହ ଦଳିତ ଓ ପଛୁଆ ବର୍ଗଙ୍କ ଅଧିକାର ପାଇଁ ସେ ସାରା ଜୀବନ ସଂଘର୍ଷ କରିଥିଲେ। ତାଙ୍କ ଆଦର୍ଶ, ତ୍ୟାଗ ଓ ସଂଘର୍ଷ ସମସ୍ତଙ୍କ ପାଇଁ ସଦା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ସଭାରେ ମତ ପ୍ରକାଶ ପାଇଥିଲା I ସଭାରେ ରାଜ୍ୟ ଉପସଭାପତି ଶରତ ଚନ୍ଦ୍ର ରନବିଡା, ସମ୍ବଲପୁର ଜିଲ୍ଲା ଉପସଭାପତି ହରମୋହନ ପଟେଲ, ଜିଲ୍ଲା ସମ୍ପାଦକ ଶୁଗେଦ୍ର ବାଘ, ଜିଲ୍ଲା ସଭାପତି ବିଦ୍ୟାଧର ଦଣ୍ଡପାଟ, ଫାଶୀମାଲ ଗ୍ରାମପଞ୍ଚାୟତ ସଭାପତି ରତ୍ନାକର ଦଣ୍ଡପାଟ, ସୁମନ୍ତ ବାଦୀ, ଡାକ୍ତର ପଶୁରା ମହାରାଜ, ସମ୍ମାନିତ ଅତିଥି ବିଷ୍ଣୁ ଚରଣ ଭୈଷା ଓ ଅତିଥି ଦେବେନ୍ଦ୍ର ସାହୁଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।ଉପସ୍ଥିତ ସମସ୍ତେ ସ୍ୱର୍ଗତ ପାସୱାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ଆଦର୍ଶ ଓ ସଂଘର୍ଷମୟ ଜୀବନକୁ ସ୍ମରଣ କରିଥିଲେ। ଶେଷରେ ଜିଲ୍ଲା ଉପସଭାପତି ହରମୋହନ ପଟେଲ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ I

