ସମ୍ବଲପୁର,୦୯/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ସମ୍ବଲପୁର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ସୁବାଷ ଚନ୍ଦ୍ର ଚୌଧୁରୀ ସମ୍ବଲପୁର–ଜରପଡ଼ା ସେକ୍ସନ ନିରୀକ୍ଷଣ କରିଥିଲେ। ନିରୀକ୍ଷଣ ସମୟରେ ସେ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଚାଲିଥିବା ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ I ଏହା ସହ ଷ୍ଟେସନଗୁଡ଼ିକରେ ଯାତ୍ରୀ ସୁବିଧା, ସ୍ଥାୟୀ ସମ୍ପତ୍ତି, କାର୍ଯ୍ୟକ୍ଷମ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ସୁବିଧାର ସ୍ଥିତି ଯାଞ୍ଚ କରିଥିଲେ। ରେଳ କର୍ମଚାରୀଙ୍କ ସହ ଆଲୋଚନା କରି ସେମାନଙ୍କ କାର୍ଯ୍ୟ ପରିସ୍ଥିତିର ସମୀକ୍ଷା ମଧ୍ୟ କରିଥିଲେ।କର୍ମଚାରୀମାନେ କର୍ତ୍ତବ୍ୟ ପାଳନ ସମୟରେ ଦକ୍ଷତା, ସୁରକ୍ଷା ଓ ଶୃଙ୍ଖଳା ବଜାୟ ରଖିବା ସହ ଯାତ୍ରୀ ସେବାର ଉଚ୍ଚ ମାନ ପ୍ରତି ଧ୍ୟାନ ଦେବାକୁ ଡିଆରଏମ୍ ପରାମର୍ଶ ଦେଇଥିଲେ। ସମସ୍ତ ଚାଲୁଥିବା ବିକାଶମୂଳକ ଓ ଭିତ୍ତିଭୂମି କାର୍ଯ୍ୟ ସମୟସୀମା ମଧ୍ୟରେ ଶେଷ କରିବା ସହ ଗୁଣବତ୍ତା ଓ ସୁରକ୍ଷା ମାନଦଣ୍ଡ ପାଳନ ନିଶ୍ଚିତ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ। ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ଯାତ୍ରୀ-ଅନୁକୂଳ ରେଳ ସେବା ପ୍ରଦାନ ପାଇଁ ସମ୍ବଲପୁର ମଣ୍ଡଳର ପ୍ରତିବଦ୍ଧତାକୁ ସେ ଦୋହରାଇଥିଲେ I

