ସମ୍ବଲପୁର,୦୯/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁର ମହାନଗର ନିଗମର ୪୦ ନମ୍ବର ୱାର୍ଡ ଅନ୍ତର୍ଗତ ରାସନପୁର ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଶୋଚନୀୟ। ୧୭ ଜୁଲାଇ ୧୯୭୯ରେ ସ୍ଥାପିତ ଏହି ବିଦ୍ୟାଳୟ ଘରଟି ଏବେ ଜରାଜୀର୍ଣ୍ଣ ହୋଇପଡ଼ିଛି। ଛାତ ଉପରେ ଜରିପାଲ ଢାଙ୍କି ରଖାଯାଇଛି। ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୩୬ ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ସେମାନଙ୍କ ପାଠପଢ଼ା ପାଇଁ ମାତ୍ର ଦୁଇଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଅଛନ୍ତି। ବିଦ୍ୟାଳୟର ଏହି ଅବସ୍ଥାକୁ ନେଇ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଶିକ୍ଷାଦାନ ବ୍ୟବସ୍ଥା ପ୍ରତି ଚିନ୍ତା ପ୍ରକାଶ ପାଇଛି। ବିଦ୍ୟାଳୟ ଘରର ମରାମତି ଓ ଆବଶ୍ୟକ ସୁବିଧା ଯୋଗାଇଦେବାକୁ ଦାବି ହେଉଛି


