ସମ୍ବଲପୁର,୦୯/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ବରିଷ୍ଠ ନାଗରିକ ପରିଷଦ, ରେଙ୍ଗାଲି ପକ୍ଷରୁ ବସ୍ଷ୍ଟାଣ୍ଡସ୍ଥିତ ପରିଷଦ କାର୍ଯ୍ୟାଳୟରେ ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ ହୋଇଛି। ପରିଷଦର ସଭାପତି ତଥା ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସଭାପତି ଅନ୍ତର୍ଯ୍ୟାମୀ ପାଣିଙ୍କ ଅଧ୍ୟକ୍ଷତାରେ ଏହି ସଭା ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ଗୋପବନ୍ଧୁ ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ଦୀପ ପ୍ରଜ୍ଜ୍ୱଳନ କରାଯାଇ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା। ବକ୍ତାମାନେ ତାଙ୍କର ସ୍ମୃତିଚାରଣ କରି ନିଃସ୍ୱାର୍ଥପର ଦେଶସେବା, ତ୍ୟାଗ ଓ ପରୋପକାର ସହ ‘ସମାଜ’ ଖବରକାଗଜର ପ୍ରତିଷ୍ଠା ପାଇଁ ସେ ଯୁଗେ ଯୁଗେ ଚିରସ୍ମରଣୀୟ ହୋଇ ରହିବେ ବୋଲି କହିଥିଲେ।ସଭାରେ ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ଗରଡ଼ିଆ, କୋଷାଧ୍ୟକ୍ଷ ବିନୋଦ ବିହାରୀ ନନ୍ଦ, ଶଶୀ ଭୂଷଣ ସାହୁ, ସାଲେଗ୍ରାମ ସାହୁ, ସୀତାରାମ ସାହୁ, ସୁବାନ ଚାନ୍ଦ ସାହୁ, ଆଶାକର୍ମୀ ନନ୍ଦିନୀ ମହାପାତ୍ର, ସବିତା ସାହୁ ଓ ପ୍ରମିଳା ସାହୁ ପ୍ରମୁଖ ଯୋଗଦେଇଥିଲେ। ଶେଷରେ ସମ୍ପାଦକ ପୀତବାସ ତାଣ୍ଡକାର ଧନ୍ୟବାଦ ଅର୍ପଣ କରିଥିଲେ।

