ରାଉରକେଲା ୯/୧୦,(ଉତ୍କଳ ସମାଚାର) ବୁଧବାର ଭୋର ୪ଟା ୩୦ ସମୟରେ ରାଉରକେଲା ପୋଲିସ୍ ଜିଲ୍ଲାର ଝିରପାଣି ଥାନା ଅଞ୍ଚଳରେ ଡକାୟତି କରିବାକୁ ପ୍ରସ୍ତୁତ ହେଉଥିବା ସମୟରେ ଝିରପାଣି ପୋଲିସ୍ ପକ୍ଷରୁ ଏକ ଡକାୟତି ଦଳର ୫ ଜଣଙ୍କୁ ଗିରଫ କରାଯାଇଛି। ପୋଲିସର ସୂଚନା ଅନୁସାରେ ତା ୮.୧୦.୨୦୨୬ ରିଖ ସକାଳ ପ୍ରାୟ ୪ଟା ୩୦ ସମୟରେ, ଝିରପାଣି ଥାନା ପକ୍ଷରୁ ରାତ୍ରି ପେଟ୍ରୋଲିଂ କରାଯାଉଥିବା ସମୟରେ ଝିରପାଣି ଥାନାର ଏସ୍ଆଇ ଦୁଲାଲ ସୋରେନ ବିଶ୍ୱସ୍ତ ସୂଚନା ପାଇଲେ ଯେ, ଝିରପାଣି କ୍ଷେତ ନିକଟରେ ୫ରୁ ୬ ଜଣ ସଶସ୍ତ୍ର ବ୍ୟକ୍ତି ଏକ ଅଳଙ୍କାର ଦୋକାନ ସମେତ ପେଟ୍ରୋଲ ପମ୍ପ ଏବଂ ବ୍ୟବସାୟୀଙ୍କ ଘରେ ଡକାୟତି କରିବାକୁ ପ୍ରସ୍ତୁତ ହୋଇ ଏକତ୍ରିତ ହୋଇଛନ୍ତି। ଏହି ସୂଚନା ପାଇ ସେ ଅନ୍ୟାନ୍ୟ ପୋଲିସ୍ କର୍ମଚାରୀଙ୍କ ସହିତ ସେଠାରେ ଚଢାଉ କରିଥିଲେ ଏବଂ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ସେମାନେ ହେଲେ ଅଭିଯୁକ୍ତ ସୁଧୀର ସାଣ୍ଡେଲ, ରାହୁଲ ସିକା ଏବଂ କେଶବ ନାଗ ଓରଫ୍ ଗୋଡୁ। ସେହିସମୟରେ ଅନ୍ୟ ଦୁଇଜଣ ପ୍ରଥମେ ଘଟଣାସ୍ଥଳରୁ ଖସି ପଳାଇଥିଲେ। ଚଢାଉ ସମୟରେ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ଲୁହା ଖଣ୍ଡା, ଗୋଟିଏ ବିଲହୁକ୍ (କଟୁରୀ), ଗୋଟିଏ ସ୍କୃ-ଡ୍ରାଇଭର, ଗୋଟିଏ ପ୍ଲାସ୍, ଗୋଟିଏ ରୋଷେଇ ଛୁରୀ, ୨ଟି ଟର୍ଚ୍ଚ ଲାଇଟ୍, ୩ ପ୍ଯାକେଟ୍ ସିଗାରେଟ୍, ଗାମୁଛା ଏବଂ ମାସ୍କ ଜବତ୍ କରାଯାଇଥିଲା। ଗିରଫ ଅଭିଯୁକ୍ତମାନେ ଡକାୟତି ପାଇଁ ପ୍ରସ୍ତୁତି ପାଇଁ ସେଠାରେ ଏକାଠି ହୋଇଥିବା ପ୍ରକାଶ କରିଥିଲେ ଏବଂ ସେମାନଙ୍କ ଦୁଇ ସହଯୋଗୀ, ବ୍ରଜ ସୁନ୍ଦର ସେଠି ଓରଫ୍ ବାପି ଏବଂ ଅନିଲ ମୁଖୀଙ୍କ ପରିଚୟ ମଧ୍ୟ ପ୍ରକାଶ କରିଥିଲେ। ଖସିଯାଇଥିବା ୨ ଅଭିଯୁକ୍ତଙ୍କୁ ପରେ ଏହି ମାମଲାରେ ଗିରଫ କରାଯାଇଛି। ଏହି ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ଅଧିନସ୍ଥ ନୂଆବଜାର ଭବାନୀପୁରର ସୁଧୀର ସାଣ୍ଡେଲ(୩୭), ରାଉରକେଲା ସେକ୍ଟର-୩ ଥାନା ଅଧିନସ୍ଥ ସେକ୍ଟର-୨ ଏନ୍ଏସି ମାର୍କେଟ ହନୁମାନ ଗଳିର ରାହୁଲ ସିକା (୨୩), ରାଉରକେଲା ସେକ୍ଟର-୩ ଥାନା ଅଧିନସ୍ଥ ବଲାଙ୍ଗୀର ବସ୍ତିର କେଶବ ନାଗ ଓରଫ୍ ଗୋଡୁ, ରାଉରକେଲା ସେକ୍ଟର-୩ ଥାନା ଅଧିନସ୍ଥ ସେକ୍ଟର-୧ କଲ୍ୟାଣୀ ବସ୍ତିର ବ୍ରଜ ସୁନ୍ଦର ସେଠୀ ଓରଫ୍ ବାପି (୩୪) ଏବଂ ପଞ୍ଚମ ଅଭିଯୁକ୍ତ ହେଲେ ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ଅଧିନସ୍ଥ ନୟାବଜାର ଭବାନୀପୁର ଉତ୍ତମବସ୍ତିର ଅନିଲ ମୁଖୀ(୩୨)।ଟଣାସ୍ଥଳରୁ ଗୋଟିଏ ଲୁହା ଖଣ୍ଡା, ଗୋଟିଏ ବିଲହୁକ୍, ଗୋଟିଏ ସ୍କୃଡ୍ରାଇଭର ଏବଂ ଗୋଟିଏ ପ୍ଲାସ୍, ତିନି ପ୍ୟାକେଟ ସିଗାରେଟ୍, ଗାମୁଛା ଦୁଇଟି, ୦୫ଟି ମାସ୍କ ଜବତ୍ କରାଯାଇଥିଲା। ସୁଧୀର ସାଣ୍ଡେଲଙ୍କ ଠାରୁ ଗୋଟିଏ ଟର୍ଚ୍ଚ ଲାଇଟ୍ ଏବଂ ଛୁରୀ। ସେହିପରି ଅଭିଯୁକ୍ତ ରାହୁଲ ଶିଖଙ୍କ ଠାରୁ ଗୋଟିଏ ଛୋଟ ପକେଟ୍ ଟର୍ଚ୍ଚ ମଧ୍ୟ ଜବତ କରାଯାଇଛି। ସୁଧୀର ସାମଲ ନାମରେ ପୂର୍ବରୁ ପ୍ଲାଣ୍ଟସାଇଟ୍ ଥାନାରେ ୩ଟି ଏବଂ ସେକ୍ଟର-୩ ଥାନାରେ ୩ଟି ମାମଲା ରହିଛି। ସେହିପରି ରାହୁଲ ସିକା ନାମରେ ପୂର୍ବରୁ ସେକ୍ଟର-୩ ଥାନାରେ ୩ଟି ମାମଲା ରହିଛି। କେଶବ ନାଗ ନାମରେ ପୂର୍ବରୁ ପ୍ଲାଣ୍ଟସାଇଟ୍ ଥାନାରେ ଗୋଟିଏ ଏବଂ ସେକ୍ଟର-୩ ଥାନାରେ ୨ଟି ମାମଲା ରହିଛି। ବ୍ରଜସୁନ୍ଦର ସେଠୀ ଓରଫ୍ ବାପି ନାମରେ ପୂର୍ବରୁ ଝିରପାଣି ଥାନାରେ ଗୋଟିଏ ଏବଂ ସେକ୍ଟର-୭ ଥାନାରେ ଗୋଟିଏ ମାମଲା ରହିଛି। ଅଭିଯୁକ୍ତ ଅନୀଲ ମୁଖି ନାମରେ ପୂର୍ବରୁ ପ୍ଲାଣ୍ଟସାଇଟ୍ ଥାନାରେ ୩ଟି ମାମଲା ରହିଛି। ଏହି ଘଟଣାରେ ଝିରପାଣି ଥାନାରେ ମାମଲା ନଂ. ୨୦୩ ତାରିଖ ୦୮.୧୦.୨୦୨୬ରେ ଧାରା ୩୧୦(୪)/୩୧୦(୫) ବିଏନ୍ଏସ୍ ଆରଡବ୍ଲୁ ଧାରାରେ ୨୫(୧ବି)(ଖ) ଅସ୍ତ୍ରଶସ୍ତ୍ର ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି।

