ସମ୍ବଲପୁର,୧୦/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ଜନସାଧାରଣଙ୍କ ସହ ସମ୍ପର୍କ ସୁଦୃଢ଼ କରିବା, ସେମାନଙ୍କ ସ୍ୱାର୍ଥ ପାଇଁ ସଂଘର୍ଷ କରିବା ଓ ଜନସେବା ପ୍ରତି ପ୍ରତିବଦ୍ଧତା ପ୍ରକାଶ କରିବା ଲକ୍ଷ୍ୟରେ ରେଙ୍ଗାଲି ବିଧାନସଭା ନିର୍ବାଚନମଣ୍ଡଳୀ ପକ୍ଷରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆୟୋଜିତ ହୋଇଥିଲା। ବିଧାୟକ ସୁଦର୍ଶନ ହରିପାଲଙ୍କ ନେତୃତ୍ୱରେ ହୋଇଥିବା ଏହି ପଦଯାତ୍ରାରେ ହଜାର ହଜାର ଲୋକ ଉତ୍ସାହର ସହ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ରାଜ୍ୟ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ, ରାଜ୍ୟ ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଇଂ. ରୋହିତ ପୂଜାରୀ, ବ୍ରଜରାଜନଗରର ପୂର୍ବତନ ବିଧାୟିକା ଅଳକା ମହାନ୍ତି ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକ ଯୋଗ ଦେଇଥିଲେ। ବହୁ ବରିଷ୍ଠ ଦଳୀୟ ନେତା, ଜନପ୍ରତିନିଧି ଓ କର୍ମୀ ମଧ୍ୟ ପଦଯାତ୍ରାରେ ସାମିଲ ହୋଇଥିଲେ।ରେଙ୍ଗାଲି ଅଞ୍ଚଳର ହଜାର ହଜାର ଲୋକଙ୍କ ଉତ୍ସାହପୂର୍ଣ୍ଣ ଯୋଗଦାନରେ ପଦଯାତ୍ରା ଜୀବନ୍ତ ହୋଇଉଠିଥିଲା। ଜନସାଧାରଣଙ୍କ ସହ ସିଧାସଳଖ ଯୋଡ଼ି ହୋଇ ସେମାନଙ୍କ ସମସ୍ୟା, ଆଶା ଓ ଆକାଂକ୍ଷା ବୁଝିବା ସହ ଜନସେବା ପ୍ରତି ଦଳର ପ୍ରତିବଦ୍ଧତା ଜଣାଇବା ଏହି ପଦଯାତ୍ରାର ଉଦ୍ଦେଶ୍ୟ ଥିଲା

