କେନ୍ଦୁଝର:10//10,(ଉତ୍କଳ ସମାଚାର)କେନ୍ଦୁଝର ଜିଲ୍ଲା ଯୁବ ରେଡ଼କ୍ରସ ଜିଲ୍ଳା କାର୍ଯ୍ୟକାରିଣୀ ବୈଠକ ଧରଣୀଧର ବିଶ୍ୱବିଦ୍ୟାଳୟ ଆଇଡିପି ବିଲଡିଂ ସଭାପ୍ରକୋଷ୍ଠ ରେ କୁଳସଚିବ ସୁଶ୍ରୀ ପ୍ରତିଭା ପୃଷ୍ଟି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି, ଭାଇସ ଚାନସେଲର ସଞ୍ଜୟ କୁମାର ପାତ୍ର ମୁଖ୍ୟ ଅତିଥି, ରାଜ୍ୟ ଯୁବ ରେଡ଼କ୍ରସ ଅଧିକାରୀ ରମେଶ ବେହେରା, ସିଜିପିସି ପ୍ରଭୁପଦ ଦାଶ, ଜିଲ୍ଲା ରେଡ଼କ୍ରସ ଯୁଗ୍ମ ସମ୍ପାଦକ ଏ ଆର ଖାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଯୁବ ରେଡ଼କ୍ରସ କୁ ଜିଲ୍ଲାରେ ଅଧିକ କ୍ରିୟାଶୀଳକରିବାକୁ ରୋଡ଼ମ୍ୟାପ ପ୍ରସ୍ତୁତି ଉପରେ ଗଭୀର ଆଲୋକପାତ କରିଥିଲେ,ୱାଇଆରସି ଅଫିସର ମମତାମଞ୍ଜରୀ ପଣ୍ଡା ବୈଠକ ର ଆଭିମୁଖ୍ୟ ସମ୍ପର୍କ ରେ ଆଲୋକପାତ କରି ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ, ଯୁବ ରେଡ଼କ୍ରସ ଜିଲ୍ଲା ସଂଯୋଜକ ହିମାଂଶୁ ଶେଖର ମହାନ୍ତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ, ବିଜିନେସ ସେସନ ରେ ଜିଲ୍ଲାର ବିଭିନ୍ନ କଲେଜ ରୁ ପ୍ରତିନିଧିତ୍ବ କରି ଯୁବ ରେଡ଼କ୍ରସ କାଉନସିଲର ମାନେ ସେମାନଙ୍କ ର ମତାମତ ପ୍ରଦାନ କରିଥିଲେ, ଏବଂ ଆଗାମୀ ବର୍ଷ ପାଇଁ ବିଭିନ୍ନ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇ ଏହାକୁ କାର୍ଯ୍ୟକାରୀ ପାଇଁ ନିଷ୍ପତ୍ତି ଗ୍ରହଣ କରଯାଇଥିଲା, ଅଧିକରୁ ଅଧିକ ଛାତ୍ରଛାତ୍ରୀ ମାନବସେବା କାର୍ଯ୍ୟ ପାଇଁ କିଭଳି ଉଦବୁଧ ହେବେ ସେଥିପାଇଁ ଯତ୍ନବାନ ହେବାକୁ ସମସ୍ତେ ପ୍ରଯତ୍ନଶୀଳ ହେବେ ବୋଲି ନିଷ୍ପତ୍ତି ନିଆଯାଇଥିଲା

