ରାଉରକେଲା:10//10,(ଉତ୍କଳ ସମାଚାର)ବିଶ୍ରା ଶିକ୍ଷା ବ୍ଳକ୍ ଅଧୀନ ଆର.ଇ.ସି କ୍ଲଷ୍ଟରର ୧୭ଟି ବିଦ୍ୟାଳୟର ୨୮୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହେଇଯାଇଛି। ଉଦ୍ ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ବ୍ଳକ୍ ଶିକ୍ଷାଅଧିକାରୀ ସତ୍ୟଭାମା ବେହେରା ଯୋଗ ଦେଇଥିଲାବେଳେ ସମ୍ମାନିତ ଅତିଥି ଭାବେ ସେକଟର ୨୦ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ମାଧୁରୀ କେରକେଟା,ସୁଶୀଲାବତୀ + 2 ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜୟ କୁମାର ନାୟକ, ମୁଖ୍ୟ ବକ୍ତା ଭାବେ ସତ୍ୟାନନ୍ଦ ବେହେରା ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଭଲ ମଣିଷ ହେବ। ପାଇଁ ଉପାଦେୟ ପରାମର୍ଶ ପ୍ରଦାନ କରିଥିଲେ । ପ୍ରାକ୍ତନ ଅତିରିକ୍ତ ବ୍ଳକ୍ ଶିକ୍ଷା ଅଧିକାରୀ କୃପାସିନ୍ଧୁ ପତି, ଆରତୀ ପ୍ରଧାନ ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ରାଜକିଶୋର ମିଶ୍ର ଓ ସରକାରୀ ପ୍ରମୁଖ ଯୋଗଦେଇଥିଲେ।ଉଦ୍ ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଶ୍ରା ବ୍ଳକ୍ ଶିକ୍ଷା ଅଧିକାରୀ ସୁପ୍ରଭାତ କୁମାର ବେହେରା ଓ ସମାଜ ସେବୀ ଆତ୍ରର୍ତ୍ତାଣ ଜେନା ଯୋଗ ଦେଇଥିଲେ। ସିଆରସିସି ସିପ୍ରା ସାହୁଙ୍କ ତତ୍ତ୍ଵାବଧାନରେ ଉକ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବା ବେଳେ ଆୟୋଜିତ କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ଗୀତାଞ୍ଜଳି ମିଶ୍ର ଓ ନିରୁପମା ପତି ମଞ୍ଚ ପରିଚାଳନା କରିଥିଲେ । ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାବେଳେ ବିଚାରକ ଭାବେ ବିଦ୍ୟୁତମୟୀ ମିଶ୍ର, ଉର୍ମିଳା ପ୍ରଧାନ, ବନ୍ଦନା ଦାସ, ଦୁଲାରୀ ପଟେଲ, ସବିତା ବସ୍ତିଆ, ସସ୍ମିତା ପରିଡା, ମେରୀ ସାହୁ, ସୁଚିସ୍ମିତା ଶତପଥି,ବିନୀତା ମହାନ୍ତି, ସୁଚିତ୍ରା ସାହୁ,ପ୍ରମିତା ମହାପାତ୍ର, ରିନୁ ପ୍ରଧାନ, ଦିପ୍ତିମୟୀ ପରିଡା, ନମିତା ମହାନ୍ତି, ସଂଯୁକ୍ତା ଗଡନାୟକ, ଶୁଭଶ୍ରୀ ସେଠି ଯୋଗ ଦେଇଥିଲେ। ପରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ଉଦଘାଟନି ଉତ୍ସବରେ ସ୍ମୃତିପ୍ରଭା ବେଉରିଆ ଓ ଉଦ୍ଯାପନି ଉତ୍ସବରେ ରଞ୍ଜନ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସୁରଭି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

