ରାଉରକେଲା ୧୪/୧୦,(ଉତ୍କଳ ସମାଚାର)ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ୧୦ଟି ବ୍ଲକରେ ୧୦ ଦିନ ଧରି ପଦଯାତ୍ରା ଆରମ୍ଭ କରାଯାଇଛି। ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେସ୍ କୁମାରଙ୍କ ଇସ୍ତଫା ଦାବି କରି ଏହି ପଦଯାତ୍ରା ୧୦ଟି ବ୍ଲକରେ ୧୦ ଦିନ ଧରି ଚାଲିବ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ କୁହାଯାଇଛି। ଆଜି ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ପୁରୁଣା କୋର୍ଟ ମଧ୍ୟରେ ଥିବା ପାନପୋଷ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିସହିତ ଜିଲ୍ଲା କଂଗ୍ରେସର ବରିଷ୍ଠ ନେତାମାନେ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ଏହା ପରେ ଭାରତୀୟ ସମ୍ବିଧାନର ଧାରା – ୩୨୬ ପଠନ କରାଯିବା ପରେ ଜାତୀୟ ସଂଗୀତ ଗାନ କରାଯାଇଥିଲା। ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି କାର୍ଯ୍ୟକ୍ରମ ଚାଲିବା ପରେ ଅପରାହ୍ନ ୧ଟା ସମୟରେ ସମ୍ପନ୍ନ ହୋଇଥିଲା।ଏହି ଅବସରରେ ରାଉରକେଲା ଜିଲ୍ଲା କଂଗ୍ରେସର ସଭାପତି ସାବିର ହୁସେନ, ପୂର୍ବତନ ଜିଲ୍ଲା ସଭାପତି ରବି ରାୟ, ପୂର୍ବତନ ଜିଲ୍ଲା ସଭାପତି ଦେବବିହାରୀ, ବରିଷ୍ଠ କଂଗ୍ରେସ ନେତା ରାମାନନ୍ଦ ଶ୍ରୀଚନ୍ଦନ, ଗଣେଶ ପ୍ରଧାନ, ଇଜାଜ୍ ଅଖତର, ଜିଲ୍ଲା ଉପସଭାପତି ଖାଦେଳ ସେଠି, ମହିଳା ସଭାନେତ୍ରୀ ରଞ୍ଜିତା ମଲ୍ଲିକ, ପୂର୍ବତନ ମହିଳା ସଭାନେତ୍ରୀ ଝରଣା ତ୍ରିପାଠୀ, ପୁଷ୍ପ ପ୍ରକାଶ ପିଲେଇ, ଦିବ୍ୟଜ୍ୟୋତି ତ୍ରିପାଠୀ, ବ୍ରଜବନ୍ଧୁ ତ୍ରିପାଠୀ, ପ୍ରଦ୍ଯୁମ୍ନ ଷଢଙ୍ଗୀ, ବବଲୁ ଖାନ୍, ବିଜୟ ନାହାକ, ସେନାପତି ପୃଷ୍ଠି, ଲଡନ ଖାନ୍, ଏମ୍ ଡି ଅମିର, ଏମ୍ ଡି ଗୁଞ୍ଜନ, ଏମଡି ମକସୁଦ୍, ଏମଡି ମୋବିନ ପ୍ରମୁଖ ଉପସ୍ଥିତ ଥିଲେ।

