କେନ୍ଦୁଝର,14//10,(ଉତ୍କଳ ସମାଚାର)ଆଜି ଯୋଡ଼ା ଫେରୋଆଲୋଏଜ ପ୍ଲାଣ୍ଟ ପରିସରରେ କେନ୍ଦୁଝର ଜିଲ୍ଳା ପ୍ରଶାସନ ଏବଂ କାରଖାନା ଓ ବାଷ୍ପୀୟ ନିର୍ଦେଶାଳୟ ଆନୁକୂଲ୍ୟରେ ଜରୁରୀ କାଳୀନ ଅଫସାଇଟ ମକଡ୍ରିଲ ଏବଂ ଲୋକାଲ କ୍ରାଇସିସ ଗ୍ରୁପ ମିଟିଂ ଆୟୋଜିତ ହୋଇଯାଇଛି,ଆସିଷ୍ଟାଣ୍ଟ ଡାଇରେକ୍ଟର ଫ୍ୟାକ୍ଟ୍ରିଏଣ୍ଡ ବଏଲ କେଦାର ନାଥ ହାଁସଦା ଅଧ୍ୟକ୍ଷତା କରିଥିବା ବେଳେ ତହସିଲଦାର ଚମ୍ପୁଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ, ଡିପିଓ ଏସକେ ଏଯାଜ ଇକବାଲ କାର୍ଯ୍ୟକ୍ରମ ସମ୍ପର୍କ ରେ ସୂଚନା ପ୍ରଦାନ କରିଥିଲେ, ଭବିଷ୍ୟତ ରେ ଯଦି କୌଣସି କାରଣ ରୁ ରାସାୟନିକ ବିପର୍ଯୟ ଘଟେ ସେଥିପାଇଁ ପୂର୍ବ ପ୍ରସ୍ତୁତି ଓ ସତର୍କତା ସମ୍ପର୍କ ରେ ବ୍ୟାପକ ଆଲୋଚନା ହୋଇଥିଲା, ଏହାପରେ ସେଣ୍ଟ୍ରାଲ ପ୍ଲେ ଗ୍ରାଉଣ୍ଡ ରେ ଯୋଡ଼ା ଅଗ୍ନିଶମ ବାହିନୀ, ଟାଟା ଷ୍ଟିଲ, ଜିନ୍ଦଲ ଫେରୋମାଙ୍ଗାନିଜ ପ୍ଲାଣ୍ଟ ପକ୍ଷରୁ ବିପର୍ଯୟ ପ୍ରଶମନ ନିମନ୍ତେ ଆଧୁନିକ ସାଜସରଞ୍ଜାମ ସହିତ ମକଡ୍ରିଲ ପ୍ରସ୍ତୁତ କରାଯାଇଥିଲା, ଜିଲ୍ଲା ରେଡ଼କ୍ରସ ଯୁଗ୍ମସମ୍ପାଦକ ଏଆରଖାନ . ଟାଟା ଷ୍ଟିଲ, ଟାଟା ସ୍ପଞ୍ଜ, ଜିନ୍ଦଲ ସମେତ ବହୁ ପ୍ରଶାସନିକ ଅଧିକାରୀ ଯୋଗ ଦେଇ ମତାମତ ରଖିବା ସହିତ ବିପର୍ଯୟ ପ୍ରଶମନ ପ୍ରସ୍ତୁତି ସମ୍ପର୍କ ରେ ସମସ୍ତେ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ

