ସମ୍ବଲପୁର,୧୭/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ଲଇଡାସ୍ଥିତ ଦୂତିକା ସାହୁ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ପ୍ରାର୍ଥୀମାନଙ୍କ ଶପଥ ଗ୍ରହଣ ସଭା ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପ୍ରଶାନ୍ତ ପଟେଲ ନବନିର୍ବାଚିତ ପ୍ରତିନିଧିମାନଙ୍କୁ ଶପଥ ପାଠ କରାଇଥିଲେ।ଛାତ୍ର ସଂସଦର ସଭାପତି ଭାବେ ଯୁକ୍ତ ତିନି ଶେଷ ବର୍ଷର ଛାତ୍ର ସୈନିକ ନାୟକ, ଉପସଭାପତି ଭାବେ ଯୁକ୍ତ ତିନି ଶେଷ ବର୍ଷର ଛାତ୍ର କିରଣ କୁମାର ସେଠ, ସାଧାରଣ ସମ୍ପାଦିକା ଭାବେ ଯୁକ୍ତ ତିନି ଦ୍ୱିତୀୟ ବର୍ଷର ଛାତ୍ରୀ ଶ୍ୱେତପଦ୍ମା ପଟେଲ, ନାଟ୍ୟ ସଂସଦ ସମ୍ପାଦିକା ଭାବେ ସୁରଭି ମହାନନ୍ଦ ଏବଂ କ୍ରୀଡ଼ା ସଂସଦ ସମ୍ପାଦିକା ଭାବେ ପୂଜା ପରୁଆ ଶପଥ ଗ୍ରହଣ କରିଥିଲେ।ସମସ୍ତଙ୍କ ସାହାଯ୍ୟ ଓ ସହଯୋଗରେ ମହାବିଦ୍ୟାଳୟର ଉନ୍ନତି ପାଇଁ କାର୍ଯ୍ୟ କରିବେ ବୋଲି ନବନିର୍ବାଚିତ ସଭାପତି ସୈନିକ ନାୟକ ନିଜ ସମ୍ବୋଧନରେ କହିଥିଲେ। ନିର୍ବାଚିତ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରଦତ୍ତ ନିର୍ବାଚନ ପ୍ରମାଣପତ୍ର ମଧ୍ୟ ଦିଆଯାଇଥିଲା।ସଭାରେ ଛାତ୍ର ସଂସଦ ଉପଦେଷ୍ଟା ଅଧ୍ୟାପକ ଜୟନାରାୟଣ ଶତପଥୀ ଓ ଡ. ନିରୋସ ନଳିନୀ ପ୍ରଧାନ ମଞ୍ଚାସୀନ ଥିଲେ। ଛାତ୍ର ସଂସଦ ଉପଦେଷ୍ଟା ଅଧ୍ୟାପକ ପ୍ରଶାନ୍ତ କୁମାର ପଟେଲ ସଭା ପରିଚାଳନା କରିଥିବା ବେଳେ ଓଡ଼ିଆ ଅଧ୍ୟାପକ ପ୍ରସନ୍ନ କୁମାର ସାଣ୍ଢ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ

