ରାଉରକେଲା:21//10,(ଉତ୍କଳ ସମାଚାର)ରଘୁନାଥପାଲି ଥାନା ଅନ୍ତର୍ଗତ ଜଲଦା ଏ – ବ୍ଲକରେ ହୋଇଥିବା ଏକ ବ୍ୟାଟେରୀ ଚୋରି ମାମଲାର ତଦନ୍ତ କରି ରାଉରକେଲା ପୋଲିସ୍ ପକ୍ଷରୁ ବ୍ୟାଟେରୀ ଚୋରି ସିଣ୍ଡିକେଟର ୬ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଚୋରି ଯାଇଥିବା ଜିନିଷକୁ ଜବତ କରାଯାଇଛି। ପୋଲିସର ସୂଚନା ଅନୁଯାୟୀ ଅଭିଯୋଗକାରୀ ଜଲଦା ‘ଏ’ ବ୍ଲକର ପାନାଲାଲ ପାତ୍ର ୨୦୨୬ ଅକ୍ଟୋବର ୧୮ ତାରିଖରେ ଅଭିଯୋଗ କରିଥିଲେ ଯେ ତାଙ୍କ ହାଇୱା ଟ୍ରକରୁ ଦୁଇଟି ବ୍ୟାଟେରୀ ଚୋରି ହୋଇଯାଇଛି। ରଘୁନାଥପାଲ୍ଲୀ ଥାନା ପକ୍ଷରୁ ଏ ନେଇ ତଦନ୍ତ ଆରମ୍ଭ କରାଯାଇ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ସେମାନେ ହେଲେ ଅଭିନାଶ ଲୋହାର ଓରଫ୍ ପୁକଲୁ, ରୋଶନ ହଂସଦା ଏବଂ ବିବେକ ମୁଣ୍ଡା ଓରଫ୍ ବିକି। ପୋଲିସ ପକ୍ଷରୁ ତଦନ୍ତ ସମୟରେ, ଏକ ଟିଭିଏସ୍ ଆପାଚି ମୋଟରସାଇକେଲ, ଗୋଟିଏ ଟିଭିଏସ୍ NTORQ ସ୍କୁଟି, ମୋବାଇଲ୍ ଫୋନ୍ ଏବଂ ଅପରାଧରେ ବ୍ୟବହୃତ ଯନ୍ତ୍ରପାତି ଜବତ କରିଛି। ଅଭିଯୁକ୍ତମାନେ ରଘୁନାଥପାଲି ଥାନା ଅଧୀନରେ ପଞ୍ଜିକୃତ ଅନେକ ବ୍ୟାଟେରୀ ଚୋରି ମାମଲାରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ସେହି ମାମଲାଗୁଡିକ ହେଲା, ମାମଲା ନମ୍ବର ୭୯/୨୦୨୬, ୧୪୪/୨୦୨୬, ୪୭୬/୨୦୨୬ ଏବଂ ୫୯୯/୨୦୨୬। ପୋଲିସ ପକ୍ଷରୁ ତଦନ୍ତ ସମୟରେ ବ୍ୟାଟେରୀ ରିସିଭର ରଉଫ୍ ଶାହ, ମେହବୁବ୍ ରହମାନ ଶା ଏବଂ ଏସ୍. କେ. ପରୱେଜଙ୍କୁ ଗିରଫ କରାଯାଇଛି। ସେମାନଙ୍କ କବଜାରୁ ମୋଟ ୨୦ଟି ଟ୍ରକ୍ ଓ ଟ୍ରାକ୍ଟର ବ୍ୟାଟେରୀ ଜବତ କରାଯାଇଛି। ଅଭିଯୁକ୍ତମାନେ ହେଲେ ଟାଙ୍ଗରପାଲ୍ଲୀ ଥାନା ଅନ୍ତର୍ଗତ କୈନ୍ଥବାସାର ରୋଶନ ହାଂସଦାହ (୨୧), ରଘୁନାଥପାଲ୍ଲୀ ଥାନା ଅନ୍ତର୍ଗତ ଦେଓଗାଁ ଖାଦାନଧିପାର ଅବିନାଶ ଲୋହାର ଓରଫ ଫୁକୁଲୁ (୨୧), ରାଉରକେଲା ରଘୁନାଥପାଲ୍ଲୀ ଥାନା ଅନ୍ତର୍ଗତ କାନସର ଗ୍ରାମର ବିବେକ ମୁଣ୍ଡା ଓରଫ୍ ବିବେକାନନ୍ଦ ଓରଫ୍ ବିକି (୧୯), ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ଅଧିନସ୍ଥ ରେହମତ ନଗରର ମେହବୁବ ରହମାନ୍ ଶା (୨୨), ପ୍ଲାଣ୍ଟସାଇଟ୍ ଥାନା ଅଧିନସ୍ଥ ରେହମତ ନଗରର ରାଫ୍ ଶାହା (୬୨) ଏବଂ ରାଉରକେଲା ରଘୁନାଥପାଲ୍ଲୀ ଥାନା ଅନ୍ତର୍ଗତ ପାନପୋଷ ବସ୍ତିର ଏସ୍ କେ. ପରଓ୍ସେଜ (୪୨) ବର୍ଷ । ଅଭିଯୁକ୍ତ ଅବିନାଶ ଲୋହାର ଓରଫ୍ ଫୁକୁଲୁ ନାମରେ ପୂର୍ବରୁ ରଘୁନାଥପାଲ୍ଲୀ ଥାନାରେ ୪ଟି ଅପରାଧିକ ମାମଲା ରହିଛି। ସେହିପରି ଅବିନାଶ ବିବେକ ମୁଣ୍ଡା ଓରଫ୍ ବିକି ନାମରେ ରଘୁନାଥପାଲ୍ଲୀ ଥାନାରେ ୪ଟି ମାମଲା ରହିଥିବା ବେଳେ ଅଭିଯୁକ୍ତ ମେହବୁବ ରହେମାନ ଶା ନାମରେ ରଘୁନାଥପାଲ୍ଲୀ ଥାନାରେ ୪ଟି ମାମଲା ରହିଛି। ସେହିପରି ରୁଫ୍ ଶା ନାମରେ ରଘୁନାଥପାଲ୍ଲୀ ଥାନାରେ ୪ଟି ଏବଂ ଏସ୍ କେ ପରଓ୍ବେଜ ନାମରେ ୪ଟି ମାମଲା ରହିଛି। ସମସ୍ତ ଅଭିଯୁକ୍ତଙ୍କ ନିକଟରୁ ୨୦ଟି ଟ୍ରକ୍ ଏବଂ ଟ୍ରାକ୍ଟର୍ ବ୍ୟାଟେରୀ, ଗୋଟିଏ ଟିଭିଏସ୍ ଆପାଚି ଆରଟିଆର ୨୦୦ କଳା ରଙ୍ଗର ମୋଟରସାଇକେଲ (ଓଡି ୧୪ଏଏଲ୍ ୭୩୭୬), ଗୋଟିଏ ଆଇ ଫୋନ୍, ଗୋଟିଏ ରେଞ୍ଚି, ଗୋଟିଏ ଜେକେଟି ପାନା, ଗୋଟିଏ ସ୍କାଏ ରେଞ୍ଚ, ଦୁଇଟି ରକଓ୍ବେଲ କମ୍ପାନୀର ସ୍ପେନର, ଗୋଟିଏ ଝାଭେରୀ କମ୍ପାନୀ ସ୍ପାନେର, ଗୋଟିଏ ସାମସଙ୍ଗ ଗାଲେକ୍ସି ଏ-୭୫ ମୋବାଇଲ୍ ଫୋନ୍, ଗୋଟିଏ ଅପୋ ଏ-୩୭ ମୋବାଇଲ୍ ଫୋନ୍ ଏବଂ ଗୋଟିଏ ଟିଭିଏସ୍ NTORQ ସ୍କୁଟି ଜବତ କରାଯାଇଛି। ସମସ୍ତ ୬ ଅଭିଯୁକ୍ତଙ୍କ ବିରୋଧରେ ରଘୁନାଥପାଲି ଥାନାରେ କେସ୍ ନମ୍ବର- ୬୦୪/ ତାରିଖ ୧୮-୧୦-୨୦୨୬ରେ ବିଏନ୍ଏସ୍ S-305(C)ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

