ରାଉରକେଲା ୨୧/୧୦,(ଉତ୍କଳ ସମାଚାର) ବ୍ରାହ୍ମଣ କଲ୍ୟାଣ ସଭା ପକ୍ଷରୁ ୫୧ ଜଣ କନ୍ୟାଙ୍କୁ ପ୍ରସାଦ ଏବଂ ଉପହାର ବଣ୍ଟନ କାର୍ଯ୍ୟକ୍ରମ ଶାରଦୀୟ ଦୁର୍ଗାପୂଜାର ନବମୀ ଦିନ ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ବ୍ରାହ୍ମଣ କଲ୍ୟାଣ ସଭା ପକ୍ଷରୁ ଆୟୋଜିତ ନବମୀର ପବିତ୍ର ଅବସରରେ, ବାସନ୍ତୀ କଲୋନୀ ଇଏମ୍ ବ୍ଲକ୍ ପରିସରରେ ନବମୀ ଦିନ ମା’ ଦୁର୍ଗାଙ୍କୁ ପୂଜା କରାଯାଇଥିଲା। ଏଥିସହିତ ୫୧ ଦେବୀ କନ୍ୟା ପୂଜା ପ୍ରସାଦ ଏବଂ ଉପହାର ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ରାହ୍ମଣ ସମାଜର ଲୋକମାନେ ଅଂଶଗ୍ରହଣ କରିଥିଲେ ଯେଉଁଥିରେ ବ୍ରାହ୍ମଣ କଲ୍ୟାଣ ସଭାର ସଭାପତି ପ୍ରଦ୍ୟୁମ୍ନ ଶର୍ମା, ସମ୍ପାଦକ ସଞ୍ଜୟ ଶିଖୱାଲ, କୋଷାଧ୍ୟକ୍ଷ କୌଶଳ ଶର୍ମା, ପୂର୍ବତନ ସଭାପତି ଭନୱରଲାଲ ଛୋଟିଆ, ଶ୍ରବଣ ପାରିକ, ଦିଲୀପ ଶର୍ମା ଏବଂ ଟିଙ୍କୁ ଚୌମଲ, ସୁମିତ ଶର୍ମା, ଗଜ୍ଜୁ ଶର୍ମା, ଦେବାଂଶୁ ଖଣ୍ଡେଲୱାଲ, ଶ୍ରୀମତୀ ପୁଷ୍ପା ଖଣ୍ଡେଲୱାଲ, କିରଣ ଶିଖୱାଲ, ନନ୍ଦିନୀ ଶିଖୱାଲ ଏବଂ ଅନ୍ୟାନ୍ୟ ଭକ୍ତମାନେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।

