ରାଉରକେଲା ୨୨/୧୦,(ଉତ୍କଳ ସମାଚାର)ଜୟ ହିନ୍ଦ କ୍ଲବ, ବଡ଼ାମୁଣ୍ଡା ପକ୍ଷରୁ ରାବଣ ଦହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ କଂଗ୍ରେସର ବରିଷ୍ଠ ନେତା ରବି ରାୟ ଏବଂ ଅତିଥି ଭାବେ ରଞ୍ଜିତ ନାୟକ, ସୁମନ ସିଂହଙ୍କ ସମେତ ଏମ୍.କେ. ସୋନା, ଡାଇମନି, ନାଗେଶ ଜଗଦଲା, ରାଜା ଚୌଧୁରୀ, ବିଜୟ ସିଂହ, ସଞ୍ଜିତ ପ୍ରଧାନ, ରାମବାବୁ ଶୁକ୍ଳା ଓ ପିଣ୍ଟୁ ଅଗ୍ରୱାଲ୍ ଯୋଗଦେଇଥିଲେ।ହି ଅବସରରେ ମୁଖ୍ୟ ଅତିଥି ରବି ରାୟ କହିଥିଲେ ଯେ, ଅସତ୍ୟ ଉପରେ ସତ୍ୟର ବିଜୟ, ଅନ୍ୟାୟ ଉପରେ ନ୍ୟାୟର ବିଜୟ, ଅଧର୍ମ ଉପରେ ଧର୍ମର ବିଜୟ ଏବଂ ପାପ ଉପରେ ପୁଣ୍ୟର ବିଜୟର ପ୍ରତୀକ ଭାବେ ବିଜୟଦଶମୀ ଉତ୍ସବ କାର୍ଯ୍ୟକ୍ରମ ପାଳନ କରାଯାଉଛି। ରାବଣ ଦହନ ଏବଂ ଆତିשବାଜି କାର୍ଯ୍ୟକ୍ରମ ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ଲୋକେ ପହଞ୍ଚିଥିଲେ।

