ରାଉରକେଲା ୨୩/୧୦,(ଉତ୍କଳ ସମାଚାର) ନିୟୁ ସିଭିଲ୍ ଟାଉନସିପ୍ ସ୍ଥିତ ଦୁର୍ଗାପୂଜା ମଣ୍ଡପରେ ମା ଇନ୍ଦିରା ମହିଳା ସମିତି ପକ୍ଷରୁ ମହାନବମୀ ଅକ୍ଟୋବର ୨୦ ତାରିଖ ସନ୍ଧ୍ୟା ୭ଟା ସମୟରେ ପିଲାମାନଙ୍କ ଦ୍ବାରା ନୃତ୍ୟ ପରିବେଷଣ କରାଯାଇଥିଲା। ନୃତ୍ୟ ଗୁରୁ ସମୀର ମହାପାତ୍ର ଓ ଶୁଭଲକ୍ଷ୍ମୀ ନନ୍ଦୀଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ନୃତ୍ୟ ଶିକ୍ଷା ଏବଂ ନୃତ୍ୟ ଅର୍ପଣ ସ୍କୁଲର ଲିଲି ସ୍ବାଇଁଙ୍କ ପରିଚାଳନାରେ ଏହି ନୃତ୍ୟ ପରିବେଷଣ କରାଯାଇଥିଲା। ମା ଇନ୍ଦିରା ମହିଳା ସମିତିର ସଭାନେତ୍ରୀ ପୁଷ୍ପା ଲେଙ୍କା ମଞ୍ଚ ପରିଚାଳନା କରିଥିଲେ। ଏଥିରେ ତାଙ୍କୁ ସହଯୋଗ କରିଥିଲେ ସଞ୍ଜୁଲତା, ସୁଜାତା, ପ୍ରଭାତୀ, ଲୀଳାବତୀ, ଶୋଭା ପ୍ରମୁଖ । କାର୍ଯ୍ୟକ୍ରମ ଆରମ୍ଭରେ ସ୍ବାଗତ ଭାଷଣ ଉପସ୍ଥାପନା କରିଥିଲେ ଓ୍ବାଇ ହେମଲତା। ଏହି କାର୍ଯ୍ୟକ୍ରମର ଅତିଥି ଭାବରେ ସାଇଭେଲି ସ୍କୁଲର ଉପାଧ୍ୟକ୍ଷ ତଥା ରୋଟାରୀ କ୍ଲବର ଆସିଷ୍ଟାଣ୍ଡ ଗଭର୍ଣ୍ଣର ଭଗବାନ ପାଢୀ ଏବଂ ତାଙ୍କ ସହଧର୍ମିଣୀ ଜୟଶ୍ରୀ ପାଢ଼ୀ। ଦୁର୍ଗାପୂଜା କମିଟିର ମୁଖ୍ୟ ତଥା ବୟୋଜ୍ୟେଷ୍ଠ ପ୍ରସନ୍ନ ଦାସ ତାଙ୍କ ବକ୍ତବ୍ୟରେ ୩୪ ବର୍ଷର ଦୁର୍ଗାପୂଜା ଯେଉଁମାନଙ୍କ ଦ୍ବାରା ଆରମ୍ଭ କରାଯାଇଥିଲା ସେମାନଙ୍କୁ ମନେପକାଇ ଥିଲେ। କାର୍ଯ୍ୟକ୍ରମରେ ପ୍ରଥମେ ରାଧା ସାହୁ ମା ଦୁର୍ଗାଙ୍କ ସ୍ତୁତି ପାଠ କରିବା ପରେ ନୃତ୍ୟ ଗୁରୁମା ଓଡଶୀ ନୃତ୍ୟ ପରିବେଷଣ କରିଥିଲେ ଏବଂ ଏଥିରେ ତାଙ୍କୁ ସହଯୋଗ କରିଥିଲେ ଦୀପା, ସାଇସମ୍ପୂର୍ଣ୍ଣା, ସ୍ମୃତି, ସତ୍ୟମ୍, ଆୟୁଷ, ବୈଦେହୀ, ଇପସିତା, ଶ୍ରେୟା ସିଂ, ଚନ୍ଦନ, ବର୍ଷା ସାନଭି, ରୁଦ୍ରାଂଶ, ଯଶସ୍ଵିନୀ, ଆତ୍ରୀ, ଆରାଧ୍ୟା ଲିପ୍ସା, ଖୁସୀଙ୍କ ଦ୍ବାରା ନବଦୁର୍ଗା ବିଶେଷ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ମା ଇନ୍ଦିରା ମହିଳା ସମିତି ପକ୍ଷରୁ ସମସ୍ତ ନୃତ୍ୟ ମା’ଙ୍କ ଉପରେ ଆଧାରିତ ଥିଲା। ନୃତ୍ୟ ପରିବେଷଣ କରିଥିବା ସମସ୍ତ କଳାକାରଙ୍କୁ ବିଶୁ, ଇତିହାସ, ଦିଲୁ, ଶୁଭେନ୍ଦୁ, ରଣାବାବୁ, ବିଶ୍ଵଜିତଙ୍କ ପକ୍ଷରୁ ପୁରସ୍କୃତ କରାଯାଇଥିଲା। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଡିମ୍ପଲ ସାହୁ

