ରାଉରକେଲା ତା ୨୩/୧୦/୨୦୨୬,(ଉତ୍କଳ ସମାଚାର)ଆମ ଦେଶର ଗଣତନ୍ତ୍ର ଓ ନାଗରିକମାନଙ୍କର ମୌଳିକ ମତଦାନ ଅଧିକାର ଆଜି ଗୁରୁତର ଆହ୍ୱାନର ସମ୍ମୁଖୀନ ହୋଇଥିବା ସମୟରେ, ସମ୍ବିଧାନର ସୁରକ୍ଷା ଏବଂ ପ୍ରତ୍ୟେକ ନାଗରିକଙ୍କ ମତଦାନ ଅଧିକାରର ସୁରକ୍ଷା ପାଇଁ ସମସ୍ତ ଗଣତାନ୍ତ୍ରିକ ଶକ୍ତିଙ୍କ ଏକଜୁଟ ହେବା ଅତ୍ୟନ୍ତ ଜରୁରୀ ହୋଇଥିଲା ବେଳେ ଆଜି ପିପୁଲସ ଏଗେନଷ୍ଟ ଏସ ଆଇ ଆର୍ ପକ୍ଷରୁ ଦେଶବ୍ୟାପୀ ଅବୈଧ ଏସ ଆଇ ଆର୍ କୁ ବାତିଲ କରିବା ଓ ମୁଖ୍ୟ ନିର୍ବାଚନ କମିଶନର ଞାନେଶ କୁମାର ଙ୍କ ଇସ୍ତଫା ଦାବିରେ ପ୍ରତିବାଦ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା ବେଳେ ରାଉରକେଲା ବିଶ୍ରା ଛକ ଠାରେ ବିଭିନ୍ନ ଗଣ ସଙ୍ଗଠନ,ଯୁବ ଛାତ୍ର, ମହିଳା, ବୁଦ୍ଧିଜୀବୀ, ଆଇନଜୀବୀ, ସାହିତ୍ୟିକ, ସାମାଜିକ ଓ ସାଂସ୍କୃତିକ ସଂଗଠନ ପ୍ରତିନିଧି ମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଦେଶରେ ଜନସାଧାରଣ ଙ୍କ ଗଣତାନ୍ତ୍ରିକ ଓ ସାମ୍ବିଧାନିକ ଅଧିକାର ର ସୁରକ୍ଷା ପାଇଁ ଏକ ହେବାକୁ ଆହ୍ବାନ କରିଥିଲେ।ମତଦାତା ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision—SIR) ପ୍ରକ୍ରିୟାକୁ ନେଇ ଗଭୀର ଉଦ୍ବେଗ ସଂପ୍ରତି ଦେଶର ଦେଖା ଦେଇଛି।୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ଏହି ପ୍ରକ୍ରିୟା ଯୋଗୁଁ କୋଟି କୋଟି ଗରିବ, ପ୍ରବାସୀ ଶ୍ରମିକ, ସଂଖ୍ୟାଲଘୁ ଓ ସମାଜର ଅବହେଳିତ ବର୍ଗର ମତଦାତାମାନେ ନିଜର ମତଦାନ ଅଧିକାରରୁ ବଞ୍ଚିତ ହେବାର ଆଶଙ୍କା ଦେଖାଦେଇଛି। କେନ୍ଦ୍ର ବିଜେପି ସରକାର ନିର୍ଦ୍ଦେଶ ରେ ଦେଶର ମୁଖ୍ୟ ନିର୍ବାଚନ କମିଶନର ଞାନେଶ କୁମାର ଏସ ଆଇ ଆର୍ କରି ପ୍ରାୟ ୧୩ କୋଟି ବୈଧ ଭୋଟର ଙ୍କ ନାମକୁ ଭୋଟର ତାଲିକାରୁ ବାଦ୍ ଦେଇଛନ୍ତି। ବିଶେଷ କରି ବିରୋଧୀ ରାଜନୀତି ରେ ବିଶ୍ଵାସ ରଖୁଥିବା, ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟର ମାନଙ୍କୁ ଏଥିରେ ଟାର୍ଗେଟ କରାଯାଇଛି। ଆଗାମୀ ସାଧାରଣ ନିର୍ବାଚନରେ ମୋଦି ସରକାର ନିର୍ବାଚନ କମିଶନ ଜରିଆରେ ଭୋଟ ଚୋରି କରି ହିଟଲରୀ କାଇଦାରେ କ୍ଷମତା କୁ ଅକ୍ତିଆର କରିବାକୁ ଚାହୁଁଛନ୍ତି।ଏହା ବିରୁଦ୍ଧରେ ସକଳ ସ୍ତରର ଗଣତନ୍ତ୍ର ପ୍ରେମୀ ଜନ ସାଧାରଣଙ୍କ ଏକ ହେବାକୁ ଆହ୍ବାନ କରାଯାଇଛି।ଆଜିର ବିକ୍ଷୋଭ ରେ ଶ୍ରମିକ ନେତା ବିମାନ ମାଇତି, ଜାହାଙ୍ଗୀର ଅଲ୍ଲୀ,ଶ୍ରୀମନ୍ତ ବେହେରା,ବି ପି ମହାପାତ୍ର,ହୃଦୟାନନ୍ଦ ଯାଦବ, କୃଷକ ନେତା ସୁରେନ୍ଦ୍ର ଦାଶ,ବୁଧନୀ ମୁଣ୍ଡାରୀ, ଶାନ୍ତି ମିଞ୍ଜ,ଲୟର୍ସ ୟୁନିୟନ ନେତା ରାଜ କିଶୋର ପ୍ରଧାନ, ଚନ୍ଦ୍ରଭାନୁ ଦାସ, ସନ୍ତୋଷ କୁମାର ବିଶ୍ବାଳ,ନିହାର ରଞ୍ଜନ ସିଂହ, ସାହିତ୍ୟିକ ଆର୍ତ୍ତତ୍ରାଣ ମହାପାତ୍ର,ଯୁବ ନେତା ଶେଖର ଶର୍ମା, ଛାତ୍ର ଫେଡେରେସନ ନେତ୍ରୀ ମୁକ୍ତା ଦାଶ,କ୍ଷେତ ମଜଦୁର ୟୁନିୟନ ନେତା ରଜତ ମୁଣ୍ଡା, ପ୍ରଦୀପ ଗୈ।ଡ,ବୀମା କର୍ମଚାରୀ ନେତା ଭାଗିରଥି ଟୁଡୁ,ଠିକା ଶ୍ରମିକଙ୍କ ନେତା ଅଜୟ ଶର୍ମା,ଅରୁ ଦାସ,ଲକ୍ଷ୍ମୀଧର ନାୟକ, ବିଶ୍ଵଜିତ ମାଝୀ, ପ୍ରଭାତ ମହାନ୍ତି, ବିନୟ ବେହୁରିଆ, ଅଶୋକ ଦାସ, ଦିବାକର ମହାରଣା, ଏନ୍ କେ ରାଉତରାୟ,ସାଗର ଛୋଟରାୟ, ବସନ୍ତ ପାଢ଼ୀ,ବଛିରାମ ବେହେରା ଉପେନ୍ଦ୍ର ତ୍ରିପାଠୀ, ପ୍ରମୋଦ ପରିଡା,ସୁରେନ୍ଦ୍ର ବେହେରା, ଅଜିତ୍ ରାୟ,ଇସ୍ପାତ ଶ୍ରମିକ ନେତା ସଚିନ୍ ରାୟ, କୁଳମଣି ରାଉତ, ବାସୁଦେବ ସାହୁ, ଶିଳ୍ପ ଶ୍ରମିକ ନେତା ସରୋଜ ବାର୍ଲା,ସି ଦିବାକର ରାଓ, ଇଶ୍ଵର କିଶାନ,ରାଜୀବ ବସନ୍ତ ରାୟ, ପ୍ରମୁଖ ବକ୍ତବ୍ୟ ରଖି ତୁରନ୍ତ ସି ଇ ସି ଞାନେଶ କୁମାର ଙ୍କୁ ବରଖାସ୍ତ କରିବା ପାଇଁ ଦାବି କରିଥିଲେ।ଏହି ବିକ୍ଷୋଭ ରେ ବକ୍ତାମାନେ କହିଥିଲେ ଯେ ଗଣତନ୍ତ୍ରର ସୁରକ୍ଷା ଓ ମତଦାନ ଅଧିକାରର ସୁରକ୍ଷା ପାଇଁ ଆସନ୍ତୁ, ଆମେ ସମସ୍ତେ ଏକଜୁଟ ହେବା ଓ ସରକାର ଙ୍କ ନିକଟରେ ଅବୈଧ ଏସ୍.ଆଇ.ଆର୍. ପ୍ରକ୍ରିୟାକୁ ବାତିଲ କରାଯାଉ। ପୂର୍ବରୁ ପ୍ରଚଳିତ ନିୟମିତ ବ୍ୟବଧାନରେ ମତଦାତା ତାଲିକା ସଂଶୋଧନ ବ୍ୟବସ୍ଥାକୁ ପୁନଃ ଲାଗୁ କରାଯାଉ। ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରୁଛୁ ! ତାଙ୍କର କାର୍ଯ୍ୟକାଳର ସମୟ ଶେଷ ହେବା ଉଚିତ୍—ସେ ତୁରନ୍ତ ପଦ ଛାଡ଼ନ୍ତୁ !ନିର୍ବାଚନ ଆୟୁକ୍ତଙ୍କ ନିଯୁକ୍ତି ସମ୍ପର୍କିତ ଆଇନକୁ ରଦ୍ଦ କରାଯାଉ। ଭାରତର ନିର୍ବାଚନ ଆୟୋଗ (ECI)ର ସ୍ୱାଧୀନତା ଓ ସ୍ୱାୟତ୍ତତା ସୁନିଶ୍ଚିତ କରାଯାଉ।ବ୍ୟାପକ ନିର୍ବାଚନ ସଂସ୍କାର କରାଯାଉ। ଏଥିରେ ଆନୁପାତିକ ପ୍ରତିନିଧିତ୍ୱ ବ୍ୟବସ୍ଥା ପ୍ରଚଳନ, ନିର୍ବାଚନରେ ଅର୍ଥବଳ ଓ ବାହୁବଳର ପ୍ରଭାବକୁ ରୋକିବା ପାଇଁ ଦୃଢ଼ ପଦକ୍ଷେପ ଏବଂ ନିର୍ବାଚନୀ ଅର୍ଥ ଯୋଗାଣର ପ୍ରମୁଖ ବ୍ୟବସ୍ଥା ଭାବେ ରାଜ୍ୟ ପକ୍ଷରୁ ନିର୍ବାଚନୀ ପାଣ୍ଠି ଯୋଗାଣକୁ ସାମିଲ କରିବା ଦାବିରେ ଆନ୍ଦୋଳନ କୁ ବ୍ୟାପକ କରିବାକୁ ଆଜିର କାର୍ଯ୍ୟକ୍ରମ ରେ ଆହ୍ବାନ କରାଯାଇଛି।

