ସମ୍ବଲପୁର,୨୪/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ସମଲେଶ୍ୱରୀ ନର୍ସିଂ ହୋମ ପରିସରରେ ‘ସୁରକ୍ଷା ସମିତି, ରେଙ୍ଗାଲି’ର ନୂତନ କାର୍ଯ୍ୟାଳୟ ଗୃହ ଉଦ୍ଘାଟିତ ହୋଇଯାଇଛି। ରେଙ୍ଗାଲି ଅଞ୍ଚଳର ଉନ୍ନତି ଓ ଜନହିତକୁ ଲକ୍ଷ୍ୟ ରଖି ସମିତି ଆଗାମୀ ଦିନରେ ବିଭିନ୍ନ ଲୋକହିତକର କାର୍ଯ୍ୟକ୍ରମ ହାତକୁ ନେବାକୁ ସ୍ଥିର କରିଛି।ଉଦ୍ଘାଟନ କାର୍ଯ୍ୟକ୍ରମରେ କୋର୍ କମିଟିର ସଦସ୍ୟ ଶରତ କୁମାର ସାହୁ, ଡ. ନରେଶ ସାହୁ, ବିରଞ୍ଚି ବିଶ୍ୱାଳ, ମନୋଜ ନାୟକ, ଶୁକଦେବ ସାହୁ, ପିଣ୍ଟୁ ଅଗ୍ରୱାଲ, ନିରୋଦ ସିଂଦେଓ, ଲକ୍ଷ୍ମୀନାରାୟଣ ସାହୁ, ଡ. ସନ୍ତୋଷ ସିଂ, ପ୍ରଶାନ୍ତ ପଣ୍ଡା ଓ ଗଣେଶ ଶ୍ରୀଚନ୍ଦନଙ୍କ ସମେତ ଅନ୍ୟମାନେ ଯୋଗଦେଇଥିଲେ।

