ସମ୍ବଲପୁର,୨୬/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ଅଭାବ ଭିତରେ ମଧ୍ୟ ପ୍ରତିଭା ମରେ ନାହିଁ—ଯଦି ମିଳିଯାଏ ଜଣେ ସହୃଦୟ ସାଥୀ। ଏହାର ଉଦାହରଣ ସାଜିଛନ୍ତି ସମ୍ବଲପୁର ମାର୍ଶାଲ ଆର୍ଟ ସ୍କୁଲର ଉଦୀୟମାନ ମହିଳା କ୍ରୀଡ଼ାବିତ୍ ବର୍ଷା ସୁନିଆ।ଓଡ଼ିଶା ତଥା ସମ୍ବଲପୁର ପାଇଁ ଜାତୀୟ ସ୍ତରରେ ପଦକ ଜିତି ଗୌରବ ଆଣିବା ଲକ୍ଷ୍ୟରେ ବର୍ଷା ଆସନ୍ତା ୨୮ ତାରିଖରୁ ନଭେମ୍ବର ୨ ପର୍ଯ୍ୟନ୍ତ ଚେନ୍ନାଇସ୍ଥିତ ଜେପିଆର୍ କଲେଜରେ ହେବାକୁଥିବା ଜାତୀୟ ଜୁନିୟର ଉଶୁ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବେ। ଏଥିପାଇଁ ସେ ଯୋଗ୍ୟତା ହାସଲ କରିଛନ୍ତି। ତେବେ ଯାତ୍ରା, ରହିବା ଓ ଖାଇବା ଖର୍ଚ୍ଚ ତାଙ୍କ ପାଇଁ ଚିନ୍ତାର କାରଣ ହୋଇଥିଲା।ଏହି ସମୟରେ ବର୍ଷାଙ୍କ ପାଇଁ ଆଶାର ଆଲୋକ ସାଜିଛନ୍ତି ସମାଜସେବୀ ସିଦ୍ଧାର୍ଥ ସାହା। ତାମିଲନାଡୁ ଯିବା ପୂର୍ବରୁ ବର୍ଷା ଶ୍ରୀ ସାହାଙ୍କୁ ଭେଟି ନିଜ ସଂଘର୍ଷ ଓ ଲକ୍ଷ୍ୟ ବିଷୟରେ ଜଣାଇଥିଲେ। ତାଙ୍କ କଥା ଶୁଣି ଶ୍ରୀ ସାହା ଶୁଭେଚ୍ଛା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଆବଶ୍ୟକ ପଡ଼ିଲେ ଆଗକୁ ମଧ୍ୟ ଅଧିକ ସହାୟତା ଯୋଗାଇଦେବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।ବର୍ଷା କୃତଜ୍ଞତା ଜଣାଇ କହିଛନ୍ତି, “ଏଭଳି ଗୁରୁତ୍ୱପୂର୍ଣ୍ଣ ସମୟରେ ସିଦ୍ଧାର୍ଥ ସାର୍ ସହଯୋଗର ହାତ ବଢ଼ାଇଛନ୍ତି। ଏଥିପାଇଁ ମୁଁ ତାଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି।”ବର୍ଷାଙ୍କ କୋଚ୍ ସୂର୍ଯ୍ୟକାନ୍ତ ବେରିହା କହିଛନ୍ତି, “ବର୍ଷା ଜଣେ ପରିଶ୍ରମୀ ଓ ପ୍ରତିଭାବାନ ଛାତ୍ରୀ। ଅର୍ଥାଭାବ ତାଙ୍କ ପାଇଁ ବାଧକ ସାଜିଥିଲା। ସିଦ୍ଧାର୍ଥ ସାହାଙ୍କ ସହାୟତା ଯୋଗୁଁ ସେ ଏବେ ଜାତୀୟ ପ୍ରତିଯୋଗିତାରେ ଭାଗ ନେଇପାରିବେ

