ସମ୍ବଲପୁର,୨୭/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ପୂର୍ବତଟ ରେଳପଥର ସମ୍ବଲପୁର ମଣ୍ଡଳ ପକ୍ଷରୁ ୨୦୨୬ ମସିହାର ସତର୍କତା ସଚେତନତା ସପ୍ତାହର ଶୁଭାରମ୍ଭ ଅବସରରେ ସମ୍ବଲପୁରସ୍ଥିତ ଡିଆରଏମ୍ କାର୍ଯ୍ୟାଳୟ ପରିସରର ପ୍ରଗତି ଧାରାଠାରେ ସତ୍ୟନିଷ୍ଠା ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଥିଲା।ସମ୍ବଲପୁର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ସୁବାଷ ଚନ୍ଦ୍ର ଚୌଧରୀ ମଣ୍ଡଳର ଅଧିକାରୀ ଓ କର୍ମଚାରୀମାନଙ୍କୁ ସତ୍ୟନିଷ୍ଠାର ଶପଥ ପାଠ କରାଇଥିଲେ। ସମସ୍ତ ସରକାରୀ କାର୍ଯ୍ୟକଳାପରେ ସଚ୍ଚୋଟତା, ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବଜାୟ ରଖିବା ସହ ସତ୍ୟନିଷ୍ଠା ପ୍ରତି ନିଜର ପ୍ରତିବଦ୍ଧତାକୁ ପୁନଃ ଦୃଢ଼ କରିବା ଏହି ଶପଥର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ସମାରୋହରେ ଅଂଶଗ୍ରହଣ କରି ଅଧିକାରୀ ଓ କର୍ମଚାରୀମାନେ ଉଚ୍ଚତମ ନୈତିକ ମାନଦଣ୍ଡ ବଜାୟ ରଖିବା, ସାର୍ବଜନୀନ ସେବାରେ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା ଏବଂ ଦୁର୍ନୀତି ନିବାରଣ ଦିଗରେ ସକ୍ରିୟ ଯୋଗଦାନ କରିବାକୁ ଶପଥ ନେଇଥିଲେ।୨୦୨୬ ମସିହାର ସତର୍କତା ସଚେତନତା ସପ୍ତାହ ଅକ୍ଟୋବର ୨୬ରୁ ନଭେମ୍ବର ୧ ପର୍ଯ୍ୟନ୍ତ ପାଳନ କରାଯାଉଛି। ସାଧାରଣ ଜୀବନରେ ନିଷ୍ଠା, ନୈତିକ ଆଚରଣ ଓ ଉତ୍ତରଦାୟିତ୍ୱର ଗୁରୁତ୍ୱ ସମ୍ପର୍କରେ ସଚେତନତା ବଢ଼ାଇବା ଏହି ସପ୍ତାହ ପାଳନର ମୁଖ୍ୟ ଉଦ୍ଦେଶ୍ୟ।

